Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା

ଆର୍ମେନିଆ: ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଏହି ଭୟାନକ ମହାମାରୀରେ ଆର୍ମେନିଆର ପ୍ରଧାନମନ୍ତ୍ରୀ ସଂକ୍ରମିତ ହୋଇଛନ୍ତି । ଡାକ୍ତରୀ ଯାଞ୍ଚ ପରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ଆଇସୋଲେସନ୍‌ କରାଯିବା ନେଇ ଘୋଷଣା କରାଯାଇଛି। ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ପୂରା ପରିବାର କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଛି । ପ୍ରଧାନମନ୍ତ୍ରୀ ନିକୋଲ୍‌ ପାସିନିୟନ୍‌ଙ୍କ ସମେତ ତାଙ୍କ ପୂରା ପରିବାରକୁ ଆଇସୋଲେସନ୍‌ରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନିକୋଲ୍‌ଙ୍କଠାର କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳିନାହିଁ । ପୂର୍ବରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ।

ଆର୍ମେନିଆ ପ୍ରଧାନମନ୍ତ୍ରୀ ଏବେ ଆଇସୋଲେସନ୍‌ରେ ରହିବା ସହିତ ପ୍ରଧାନମନ୍ତ୍ରୀ ଆବାସରୁ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ଅନେକଙ୍କୁ ଏବେ ପରୀକ୍ଷା କରାଯାଉଛି। ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ କରୋନାରେ ସଂକ୍ରମିତ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି ।(ଏଜେନ୍ସି)