Categories
ଆଜିର ଖବର ଜାତୀୟ ଖବର

ଆଜି ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ପୁରୁଣା ସ୍ମୃତିକୁ ମନେ ପକାଇଲେ ଅନେକ ନେତା

ନୂଆଦିଲ୍ଲୀ, ଆଜି ହେଉଛି ଭାରତର ଜଣେ ପ୍ରତିଷ୍ଠିତ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ଆଜିର ଦିନରେ ଜେଟିଲ ଏମଏସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ମୋ ବନ୍ଧୁଙ୍କଠାରୁ ବହୁତ କିଛି ହରାଇଲି। ସେ ଭାରତର ନିଃସ୍ବାର୍ଥ ଭାବେ ସେବା କରି ଆସୁଥିଲେ।

ସେହିପରି ତାଙ୍କ ଝିଅ ସୋନାଲୀ ଜେଟିଲ ମଧ୍ୟ କହିଛନ୍ତି ଯେ, ସେ କେବଳ ମୋ ବାପା ନ ଥିଲେ , ସେ ଭାରତର ସନ୍ତାନ ଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଜେଟିଲଙ୍କୁ ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଜେଟିଲ ଜଣେ ଉଚ୍ଚକୋଟିର ରାଜନେତା,ବକ୍ତା ଏବଂ ଜଣେ ଭଲ ମଣିଷ ଥିଲେ।