Categories
ଆଜିର ଖବର ଜାତୀୟ ଖବର

‘ତିହାର କ୍ଲବରେ ଆପଣଙ୍କୁ ସ୍ଵାଗତ’, ସିଏମ୍ କେଜ୍ରିୱାଲଙ୍କୁ କହିଲେ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଠକ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ପାଞ୍ଚ ପୃଷ୍ଠାର ଚିଠି ମାଧ୍ୟମରେ ସେ କଟାକ୍ଷ କରି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକଙ୍କୁ ତିହାର ଜେଲର କ୍ଲବରେ ସ୍ୱାଗତ କଲି। ସୁକେଶ ଚନ୍ଦ୍ରଶେଖର ଚିଠିରେ ଲେଖିଛନ୍ତି ଯେ, ସତ୍ୟ ସର୍ବଦା ଜିତେ। ଏହା ହେଉଛି ନୂଆ ଭାରତର ଶକ୍ତିର ଏକ ଉତ୍ତମ ଉଦାହରଣ, ଯାହା ଦର୍ଶାଏ ଯେ କେହି ଆଇନଠାରୁ ଉର୍ଦ୍ଧ୍ଵରେ ନାହାଁନ୍ତି। ମୋର ପ୍ରିୟ ଅରବିନ୍ଦ କେଜ୍ରିୱାଲ, ସର୍ବପ୍ରଥମେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ତିହାର କ୍ଲବର ‘ବସ୍’ ଅଟନ୍ତି। ଆପଣଙ୍କର ସଚ୍ଚୋଟପଣିଆର ଅନ୍ତ ଘଟିଛି।

Categories
ଆଜିର ଖବର ଜାତୀୟ ଖବର

କେଜ୍ରିଓ୍ବାଲଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କରୋନା ରିପୋର୍ଟ ଆସିଛି । କେଜ୍ରିଓ୍ବାଲଙ୍କ ରିପୋର୍ଟ ନେଗେଟିଭ୍‌ ରହିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି କେଜ୍ରିଓ୍ବାଲଙ୍କ ଅସୁସ୍ଥତା ପରେ ତାଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଥିବା ବେଳେ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । କରୋନା ସନ୍ଦେହ କରାଯାଇଥିବା ବେଳେ ମଙ୍ଗଳବାରର ରିପୋର୍ଟ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ଗତକାଲି କରୋନା ସନ୍ଦେହ କରାଯିବା ପରେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ କେଜ୍ରିଓ୍ବାଲ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି କେଜ୍ରିଓ୍ବାଲ : ଅଜୟ ମାକେନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଅଜୟ ମାକେନ୍‌ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ଜୀବନ ସହିତ କେଜ୍ରିଓ୍ବାଲ ଖେଳୁଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଦିଲ୍ଳୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଟେଷ୍ଟିଂ କମ୍‌ କରି ଦିଆଯାଇଛି । ବର୍ତ୍ତମାନ ଦୈନିକ 4000 ଟେଷ୍ଟିଂ କରାଯାଉଥିବା ବେଳେ ପୂର୍ବରୁ 29 ମେ ରେ ସର୍ବାଧିକ 7649 ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସରକାର ବିଜ୍ଞାପନରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ହସ୍ପିଟାଲରେ ଜାଗା ନପାଇ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 27564 ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆମ୍ବୁଲାନ୍ସରେ ପ୍ରାଣ ହରାଇଲେ ଗର୍ଭବତୀ : କେଜ୍ରିଓ୍ବାଲଙ୍କ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନୋଇଡାରେ ଜଣେ ଗର୍ଭବତୀ ଆମ୍ବୁଲାନ୍ସରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 8 ମାସର ଗର୍ଭବତୀ ମହିଳା ଜଣଙ୍କ ଦୀର୍ଘ 13 ଘଣ୍ଟା ଧରି ଆମ୍ବୁଲାନ୍ସରେ ଯାତ୍ରା କରିବା ପରେ ଶେଷରେ ପ୍ରାଣ ହରାଇଥିଲେ । ମହିଳାଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ ମିଳିବା କାରଣରୁ ସେ ଆମ୍ବୁଲାନ୍ସରେ ପ୍ରାଣ ହରାଇଥିବା ନେଇ ସ୍ବାମୀ ଅଭିଯୋଗ କରିଛନ୍ତି ।

ପ୍ରାରମ୍ଭିକ ଭାବରେ ଶିବାଲିକ ହସ୍ପିଟାଲକୁ ଯାଇଥିବା ନୀଲମ ଏବଂ ବିଜେନ୍ଦର ପ୍ରାୟ 8ଟି ହସ୍ପିଟାଲକୁ ଯାଇଥିବା ବେଳେ କୌଣସି ହସ୍ପିଟାଲରେ ସ୍ଥାନ ମିଳିନଥିଲା । ଶେଷରେ ଜିଆଇଏମ୍‌ସ ହସ୍ପିଟାଲରେ ମହିଳାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ସେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ନୋଇଡାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିନମଜୁରିଆଙ୍କ ପାଇଁ 5 ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : କରୋନା ସଙ୍କଟ କାରଣରୁ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁର ପରସ୍ଥିତି ସୃଷ୍ଟି ହେଉଥିବା ବେଳେ ଦିନମଜୁରିଆ ଏହାଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଦିନ ମଜୁରିଆଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 5 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଏକ ଭିଡିଓ ଲିଙ୍କ ଜରିଆରେ କେଜ୍ରିଓ୍ବାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେହିପରି ଡାକ୍ତର ମାନଙ୍କୁ ସମ୍ମାନ ଜଣାଇବା ପାଇଁ କେଜ୍ରିଓ୍ବାଲ ନିବେଦନ କରିଛନ୍ତି । ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ଘର ମାଲିକ ଘରେ ପୁରାଇ ଦେଉନଥିବା ନେଇ ଅଭିଯୋଗ ଆସିବା ପରେ କେଜ୍ରିଓ୍ବାଲ ଏହା କହିଛନ୍ତି । ଏହା ସହଦିତ ବାହାରେ ରହୁଥିବା ଲୋକଙ୍କ ପାଇଁ ମାଗଣା ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା ସମ୍ପର୍କରେ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିପୁଳ ବହୁମତ ପରେ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ପ୍ରଚଣ୍ଡ ବହୁମତ ସହିତ ପୁନର୍ବାର କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଥିବା ବେଳେ ଦିଲ୍ଲୀର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ 3.30 ସୁଦ୍ଧା ଆପ୍‌ର ପ୍ରାର୍ଥୀ 25ଟି ଆସନରେ ବିଜୟୀ ହୋଇଥିବା ବେଳେ କେଜ୍ରିଓ୍ବାଲ ପ୍ରେସ୍‌ ମିଟ୍‌ କରି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଜେପି 7ଟି ଆସନରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦିଲ୍ଲୀର ପୁଅକୁ ଦିଲ୍ଲୀବାସୀ ଜିତାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ବୋଲି କେଜ୍ରିଓ୍ବାଲ କହିଥିଲେ । ଏହି ପ୍ରେସ୍‌ମିଟ୍‌ରେ ଦିଲ୍ଲୀ ବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସନ୍ଧ୍ୟାରେ ଆପ୍‌ କାର୍ଯ୍ୟାଳୟରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ଶୋ ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କେଜ୍ରୀୱାଲ ହେଉଛନ୍ତି ଜଣେ ଛଳନାକାରୀ : ଗମ୍ଭୀର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଶାହିନ୍‌ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍‌ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଗମ୍ଭୀର ଟ୍ବିଟ୍‌ କରି ଏହି ମତ ଦେଇଛନ୍ତି । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିର ଜାତି ଓ ଧର୍ମର ରାଜନୀତି ଦିଲ୍ଲୀରେ ବିଫଳ ହେବ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଦିଲ୍ଲୀରେ ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଆପ୍‌ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସୀ)