ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି କେଜ୍ରିଓ୍ବାଲ : ଅଜୟ ମାକେନ

Published: Jun 7, 2020, 5:46 pm IST

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଅଜୟ ମାକେନ୍‌ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ଜୀବନ ସହିତ କେଜ୍ରିଓ୍ବାଲ ଖେଳୁଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଦିଲ୍ଳୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଟେଷ୍ଟିଂ କମ୍‌ କରି ଦିଆଯାଇଛି । ବର୍ତ୍ତମାନ ଦୈନିକ 4000 ଟେଷ୍ଟିଂ କରାଯାଉଥିବା ବେଳେ ପୂର୍ବରୁ 29 ମେ ରେ ସର୍ବାଧିକ 7649 ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସରକାର ବିଜ୍ଞାପନରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ହସ୍ପିଟାଲରେ ଜାଗା ନପାଇ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି ବୋଲି ମାକେନ୍‌ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 27564 ରହିଛି । (ଏଜେନ୍ସି)

Related posts