Categories
ଆଜିର ଖବର ଖେଳ

ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ : ରବି ଦାହିୟାଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ ରେସ୍‌ଲର୍‌ ରବି ଦାହିୟା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 57 କିଗ୍ରା ବର୍ଗରେ ଦାହିୟା ତାଜାକିସ୍ତାନର ହିକମାତୁଲ୍ଲୋ ବୋହିଦୋଭଙ୍କୁ 10-0ରେ ପରାସ୍ତ କରି ବିଜୟୀ ହୋଇଥିଲେ । ରବିବାର ଅନୁଷ୍ଠିତ ଫାଇନାଲରେ ଉଭୟ ଖେଳାଳି ସମାନ ପଏଣ୍ଟ ହାସଲ କରିଥିବା ବେଳେ ଟେକ୍ନିକାଲ ସୁପିରିଅରିଟୀରେ ଦାହିୟା ବିଜୟୀ ହୋଇଥିଲେ । ଦାହିୟାଙ୍କ ବ୍ୟତିତ ଅନ୍ୟ 4 ଜଣ ଭାରତୀୟ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି । ବଜରଙ୍ଗ ପୁନିଆ (65 କିଗ୍ରା), ଗୌରବ ବଲିୟାଁ (79 କିଗ୍ରା) ଏବଂ ସତ୍ୟବ୍ରତ କାଡିୟାନ୍‌(90 କିଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ 4 ଭାରତୀୟ

ନୂଆଦିଲ୍ଲୀ : ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । 4 ଭାରତୀୟ ଖେଳାଳି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଭାରତୀୟ ଖେଳାଳି ବଜରଙ୍ଗ ପୁନିଆ, ରବି ଦାୟିୟା, ସତ୍ୟବ୍ରତ କାଡିଆନ୍‌ ଏବଂ ଗୌରବ ବଲିୟାଁ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚାରି ଭାରତୀୟ ଖେଳାଳି ଅନ୍ୟୁନ ରୌପ୍ୟ ପଦକ ନିଶ୍ଚିତ କରିଥିବା ବେଳେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଚାରି ଖେଳାଳି । (ଏଜେନ୍ସି)