ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ 4 ଭାରତୀୟ

Published: Feb 22, 2020, 4:37 pm IST

ନୂଆଦିଲ୍ଲୀ : ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । 4 ଭାରତୀୟ ଖେଳାଳି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଭାରତୀୟ ଖେଳାଳି ବଜରଙ୍ଗ ପୁନିଆ, ରବି ଦାୟିୟା, ସତ୍ୟବ୍ରତ କାଡିଆନ୍‌ ଏବଂ ଗୌରବ ବଲିୟାଁ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚାରି ଭାରତୀୟ ଖେଳାଳି ଅନ୍ୟୁନ ରୌପ୍ୟ ପଦକ ନିଶ୍ଚିତ କରିଥିବା ବେଳେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଚାରି ଖେଳାଳି । (ଏଜେନ୍ସି)

Related posts