Categories
ଆଜିର ଖବର ଖେଳ

ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ପ୍ରସିଦ୍ଧ ଥିଲେ ବାଲାଜୀ : ଆଶିଷ ନେହେରା

ନୂଆଦିଲ୍ଲୀ : ଭାରତୀୟ ପେସ୍‌ ବୋଲର ଆଶିଷ ନେହେରା ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । 2004 ଗସ୍ତ ସମୟରେ ଲକ୍ଷ୍ମୀପତି ବାଲାଜୀ ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ନେହେରା ମତ ଦେଇଛନ୍ତି । 2004ର ଏହି ଗସ୍ତ ପରେ ବାଲାଜୀ ଲୋକପ୍ରିୟତା ହାସଲ କରିଥିଲେ । ଏହି ଗସ୍ତରେ ଭାରତ ଉଭୟ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ରେ ବିଜୟୀ ହୋଇଥିଲା । ଟେଷ୍ଟ ସିରିଜ୍‌ରେ ବାଲାଜୀ 12ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦିନିକିଆରେ ତିନି ମ୍ୟାଚ୍‌ରେ 45 ରନ୍‌ ସଂଗ୍ରହ କରିଥିଲେ । ବ୍ୟାଟିଂରେ ବାଲାଜୀ ସୋଏବ୍‌ ଅଖ୍‌ତରଙ୍କୁ ଏକ ଛକ୍କା ମଧ୍ୟ ମାରିଥିଲେ । ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ରର ଗଣମାଧ୍ୟମ ବାଲାଜୀଙ୍କୁ ପ୍ରଶଂସା କରିଥିଲେ । ଏହି ସମୟରେ ବାଲାଜୀ, ବର୍ତ୍ତମାନର ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୁଳନାରେ ଅଧିକ ଲୋକପ୍ରିୟ ରହିଥିଲେ ବୋଲି ନେହେରା ମତ ଦେଇଛନ୍ତି । ଏହି ଗସ୍ତ ସମୟରେ ଇର୍ଫାନ ପଠାନ୍‌ ହ୍ୟାଟ୍ରିକ୍‌ ହାସଲ କରିଥିଲେ ଏବଂ ସେହ୍ବାଗ ତ୍ରିଶତକ ହାସଲ କରିଥିଲେ ମାତ୍ର ଚର୍ଚ୍ଚାରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ତାମିଲନାଡୁର ଯୁବ ବୋଲର ବାଲାଜୀ । (ଏଜେନ୍ସି)