Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ଓଡ଼ିଶାର ଦୁଇଟି ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏହି ଦୁଇଟି ପ୍ରକଳ୍ପ ବହୁଦିନରୁ ଜନସାଧାରଣଙ୍କ ଦ୍ୱାରା ଦାବି ହୋଇଆସୁଥିଲା।

A. ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ନୂଆ ଲାଇନ ପ୍ରକଳ୍ପ (42କିମି) ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ। ସ୍ୱୀକୃତି ପ୍ରକ୍ରିୟା ଏଥିପାଇଁ ସମ୍ପୂର୍ଣ୍ଣ ହୋଇସାରିଛି। ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଏହି ରେଳ ସଂଯୋଗ ଏହି ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନକୁ ସମୃଦ୍ଧି କରାଇବା ସହିତ ମୁଖ୍ୟସ୍ରୋତରେ ସାମିଲ ହେବ।

ଜଳେଶ୍ୱର – ଚନ୍ଦନେଶ୍ୱର ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରାଇବ।

ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ : ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଏହାଦ୍ୱାରା ଉପକୃତ ହେବେ।

ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ମତ୍ସ୍ୟ ଉପାଦାନକାରୀ ଏବଂ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନାକାରୀ ମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ।

B. ନରସିଂହପୁର – କଣ୍ଟିଲୋ – ଖଣ୍ଡପଡା ଦେଇ ଅନୁଗୁଳ – ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ – କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି ) କୁ ସ୍ୱୀକୃତି ଦିଆଯାଇଅଛି।

କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ଟ୍ରେନ ସଂଯୋଗ

ପ୍ରାକୃତିକ ପର୍ଯ୍ୟଟନ: ଅନ୍ୱେଷଣ ହୋଇନଥିବା ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ଟ୍ରେନ/ରେଳ ସଂଯୋଗ

କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ବୁଆ ବଜାର ସୃଷ୍ଟି ହେବ

ପଣ୍ୟ ପରିବହନ : କୋଇଲା, ପାୱାର ପ୍ଲାଣ୍ଟ ଓ ପୋର୍ଟ ସହିତ ସଂଯୋଗ

ଏହି ପ୍ରସ୍ତାବିତ ରେଳ ଲାଇନ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରେ ସଂଯୋଗ ହୋଇ ଖୋର୍ଦ୍ଧା ଟାଉନ – କାଇପଦର ନୂତନ କର୍ଡ ଲାଇନ ରେ ହାଓଡା – ଚେନ୍ନାଇ ମୁଖ୍ୟ ରେଳ ଲାଇନ ରେ ସଂଯୋଗ ହେବ।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ) ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି। ଜିଡିଏସମାନେ ଗ୍ରାମାଞ୍ଚଳରେ ଡାକ ବିଭାଗର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ଆମ ଦେଶର ଦୁର୍ଗମ ଭାଗକୁ ଡାକ ଏବଂ ଆର୍ଥିକ ସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ଗ୍ରାମୀଣ ଡାକ ସେବକମାନଙ୍କ (ଆର୍ଥିକ ଉନ୍ନତିକରଣ ଅନୁଦାନ) ଯୋଜନା, ୨୦୨୪ ର ପ୍ରମୁଖ ବୈଶିଷ୍ଟ୍ୟ

ପ୍ରତ୍ୟେକ ଗ୍ରାମୀଣ ଡାକ ସେବକଙ୍କୁ ୧୨, ୨୪ ଓ ୩୬ ବର୍ଷର ଚାକିରି ଶେଷ ହେବା ପରେ ଯଥାକ୍ରମେ ବାର୍ଷିକ ୪,୩୨୦/- ଟଙ୍କା, ୫,୫୨୦/- ଟଙ୍କା ଏବଂ ୭,୨୦୦/- ଟଙ୍କାର ତିନୋଟି ଆର୍ଥିକ ପଦୋନ୍ନତି ସୁବିଧା ପ୍ରଦାନ କରାଯିବ।

ଏହା ‘ସମୟ ଆଧାରିତ ନିରନ୍ତରତା ଭତ୍ତା (ଟିଆରସିଏ)’ ଆକାରରେ ଜିଡିଏସ୍ କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅତିରିକ୍ତ ମିଳିବ।

ଜିଡିଏସର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏହି ଯୋଜନା ଦ୍ୱାରା ୨.୫୬ ଲକ୍ଷରୁ ଅଧିକ ଜିଡିଏସ ଉପକୃତ ହେବେ ଏବଂ ସେମାନଙ୍କ ସେବାରେ ସ୍ଥାଣୁତା ଦୂର ହେବ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍

ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। ମୋଦି ଯାଜପୁର ଆସିଲେ ବିଜୁ ପଟ୍ଟନାୟକଙ୍କୁ କେବଳ ଶ୍ରଦ୍ଧାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ବୋଲି କହିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ପର୍କରେ କିଛି କହିଲେ ନାହିଁ। ଏଥିରେ ପ୍ରଚାରକାରୀମାନେ ଏବେ ମୁହଁ ଲୁଚାଇ ବୁଲୁଛନ୍ତି।

ଶାସକ ଦଳ ବିଜେଡି ଦୟାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ପକ୍ଷରୁ ବିଜୁ ବାବୁଙ୍କ ଉପରେ ଡାକ ଟିକଟ ଓ ୫ଟଙ୍କିଆ କଏନ ଜାରୀ କରାଯାଇଛି। ଏତିକିରେ ଓଡ଼ିଶାବାସୀ ଖୁସ୍‍। କାରଣ ଓଡ଼ିଆ ଲୋକମାନଙ୍କର ଜାତିପ୍ରୀତି ତଥା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାରମାନେ ଅଣଦେଖା କରିଆସୁଛନ୍ତି। ଚଳିତ ବର୍ଷ ଚକୋଲେଟ୍‍ ବାଣ୍ଟିଲା ଭଳି କେନ୍ଦ୍ରର ବିଜେପି ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଉଦ୍ଦେଶ୍ୟରେ ୫ଜଣଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିଛି।

ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଓଡ଼ିଆ ମନିଷୀମାନଙ୍କର ଅତୁଳନୀୟ ଅବଦାନ ଥିଲେ ହେଁ ସେମାନଙ୍କ ନାମ ଭାରତ ରତ୍ନ ଉପାଧି ପାଇଁ ବିଚାରକୁ ନଆଯାଉନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।