ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା

Published: Mar 15, 2024, 8:58 pm IST
ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ଓଡ଼ିଶାର ଦୁଇଟି ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏହି ଦୁଇଟି ପ୍ରକଳ୍ପ ବହୁଦିନରୁ ଜନସାଧାରଣଙ୍କ ଦ୍ୱାରା ଦାବି ହୋଇଆସୁଥିଲା।

A. ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ନୂଆ ଲାଇନ ପ୍ରକଳ୍ପ (42କିମି) ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ। ସ୍ୱୀକୃତି ପ୍ରକ୍ରିୟା ଏଥିପାଇଁ ସମ୍ପୂର୍ଣ୍ଣ ହୋଇସାରିଛି। ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଏହି ରେଳ ସଂଯୋଗ ଏହି ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନକୁ ସମୃଦ୍ଧି କରାଇବା ସହିତ ମୁଖ୍ୟସ୍ରୋତରେ ସାମିଲ ହେବ।

ଜଳେଶ୍ୱର – ଚନ୍ଦନେଶ୍ୱର ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରାଇବ।

ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ : ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଏହାଦ୍ୱାରା ଉପକୃତ ହେବେ।

ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ମତ୍ସ୍ୟ ଉପାଦାନକାରୀ ଏବଂ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନାକାରୀ ମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ।

B. ନରସିଂହପୁର – କଣ୍ଟିଲୋ – ଖଣ୍ଡପଡା ଦେଇ ଅନୁଗୁଳ – ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ – କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି ) କୁ ସ୍ୱୀକୃତି ଦିଆଯାଇଅଛି।

କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ଟ୍ରେନ ସଂଯୋଗ

ପ୍ରାକୃତିକ ପର୍ଯ୍ୟଟନ: ଅନ୍ୱେଷଣ ହୋଇନଥିବା ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ଟ୍ରେନ/ରେଳ ସଂଯୋଗ

କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ବୁଆ ବଜାର ସୃଷ୍ଟି ହେବ

ପଣ୍ୟ ପରିବହନ : କୋଇଲା, ପାୱାର ପ୍ଲାଣ୍ଟ ଓ ପୋର୍ଟ ସହିତ ସଂଯୋଗ

ଏହି ପ୍ରସ୍ତାବିତ ରେଳ ଲାଇନ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରେ ସଂଯୋଗ ହୋଇ ଖୋର୍ଦ୍ଧା ଟାଉନ – କାଇପଦର ନୂତନ କର୍ଡ ଲାଇନ ରେ ହାଓଡା – ଚେନ୍ନାଇ ମୁଖ୍ୟ ରେଳ ଲାଇନ ରେ ସଂଯୋଗ ହେବ।

Related posts