Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇଠାରେ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଲେ କରୋନା ଆକ୍ରାନ୍ତ ମହିଳା

ମୁମ୍ବାଇ : କରୋନା ଭାଇରସ୍‌କୁ ନେଇ ସାରା ଦେଶରେ ଏବେ ଉଦ୍‌ବେଗଜନକ ଅବସ୍ଥା ରହିଥିବାବେଳେ ମୁମ୍ବାଇରେ ଏହା ବେଶ୍ ସଂକଟଜନକ ସ୍ଥିତିରେ ରହିଛି । ରାଜ୍ୟରେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ତେବେ ଏହା ମଧ୍ୟରେ ଏକ ସକାରାତ୍ମକ ଖବର ଶୁଣିବାକୁ ମିଳିଛି ।

ଦକ୍ଷିଣ ପୂର୍ବ ମୁମ୍ବାଇର ନାନାବାତୀ ହସ୍ପିଟାଲରେ ଏକ କରୋନା ସଂକ୍ରମିତ ମହିଳା ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି । ଦକ୍ଷିଣ ମୁମ୍ବାଇର 35 ବର୍ଷୀୟା କରୋନା ସଂକ୍ରମିତ ମହିଳା ଜଣକ ରବିବାର ଦିନ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଗର୍ଭବତୀ ହେବାର 38 ତମ ସପ୍ତାହରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା । ତେବେ ଶିଶୁଟି ସୁସ୍ଥ ଥିବାବେଳେ ମା’ ଓ ଛୁଆଙ୍କୁ ଅଲଗା ଅଲଗା ସ୍ପେଶାଲ କରିଡରରେ ରଖାଯାଇଛି । ଶିଶୁଟି ଜନ୍ମ ହେବା ପରେ ତୁରନ୍ତି ପିଡିଆଟ୍ରିକ୍ସ ୟୁନିଟ୍‌ର ସ୍ବତନ୍ତ୍ର ଆଇସୋଲେସନ୍‌ରେ ସ୍ଥାନାନ୍ତର ରଖାଯାଇଛି । ମା’ ଓ ଶିଶୁଙ୍କ ସହ ଏବେ କୌଣସି ସମ୍ପର୍କ ନାହିଁ । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । (ଏଜେନ୍ସି)