Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ମିଳିବାର କିଛି ଘଣ୍ଟା ପୂର୍ବରୁ କୋଚ୍‌ଙ୍କ ମୃତ୍ୟୁ

ବେଙ୍ଗାଲୁରୁ : ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରର ସମ୍ମାନିତ ହେବାର କିଛି ଘଣ୍ଟା ପୂର୍ବରୁ ବେଙ୍ଗାଲୁରୁରେ ଜଣେ ଅନୁଭବୀ ଆଥଲେଟ୍‌ କୋଚ୍‌ ପୁରୁଷୋତ୍ତମ ରାୟଙ୍କର ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ତାଙ୍କ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥା‘ନ୍ତା ।

79 ବର୍ଷୀୟ ପୁରୁଷୋତ୍ତମ ରାୟ 2001ରେ ଭାରତୀୟ ଖେଳ ପ୍ରାଧିକରଣ (ସାଇ)ରୁ କୋଚ ପଦରୁ ସେବାନିବୃତ୍ତ ହୋଇଥିଲ । ପୁରୁଷୋତ୍ତମ ରାୟ ବନ୍ଦନା ରାଓ, ଅଶ୍ବିନୀ ନାଚପ୍ପା, ପ୍ରମିଳା ଆୟପ୍ପା, ରେଜା କୁଟ୍ଟୀ, ଏମ୍‌କେ ଆଶା, ବି ଶାୟଲା, ମୁରଲୀ କୁଟ୍ଟନଙ୍କ ପରି ଶୀର୍ଷ ଆଥଲେଟ୍‌ଙ୍କୁ କୋଚିଂ ଦେଇଛନ୍ତି । 1974 ମସିହାରେ ନେତାଜୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍ସରୁ ଡିପ୍ଲୋମା ହାସଲ କରିବା ପରେ ରାୟ ନିଜ କୋଚିଂ କ୍ୟାରିଅରର ଆରମ୍ଭ କରିଥିଲେ ।

Dronacharya Award has come earlier than expected: Hockey coach Merzban  Patel- The New Indian Express

ରାୟ 1987 ବିଶ୍ବ ଏଥଲେଟିକ୍ସ ଚାମ୍ପିଅନ୍‌ସିପ୍‌, 1988 ଏସିଆନ୍‌ ଟ୍ରାକ ଏଣ୍ଡ ଫିଲ୍ଡ ଚାମ୍ପିଅନସିପ୍‌ ଓ 19999 ଏସ୍‌ଏଏଫ୍‌ ଗେମ୍ସ ପାଇଁ ଭାରତୀୟ ଦଳକୁ କୋଚିଂ ଦେଇଥିଲେ । ସେ ଯୁବ ସଶକ୍ତିକରଣ ଓ ଖେଳ ବିଭାଗ (ଡିଓ୍ବାଇଇଏସ୍‌) ଓ ଭାରତୀୟ ଖେଳ ପ୍ରାଧିକରଣ (ଏସ୍‌ଏଆଇ)ର କୋଚ୍ ରୂପେ ଯୋଡି ରହିଥିଲେ । (ଏଜେନ୍ସି)