ନ୍ୟୁସାଉଥଓ୍ବେଲ୍ସ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁର ଭୟାବହତାରେ 29 ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ବିଶ୍ବ ସମୁଦାୟଙ୍କ ପକ୍ଷରୁ ସହାୟତାର ହାତ ବଢା ଯାଇଥିଲା । ବିଭିନ୍ନ ସେଲିବ୍ରିଟି ଏବଂ କ୍ରୀଡାବିତ୍ଙ୍କ ପକ୍ଷରୁ ସହାୟତା କରାଯାଉଥିବା ବେଳେ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଜଣେ 6 ବର୍ଷୀୟ ବାଳକ । ବାଳକ ଜଣକ ଜଙ୍ଗଲ ନିଆଁର ମୁକାବିଲା କରିବା ପାଇଁ 2 ଲକ୍ଷ ଡଲାରର ଅର୍ଥ ରାଶି ସଂଗ୍ରହ କରିଛନ୍ତି । 6 ବର୍ଷୀୟ ବାଳକଙ୍କ ନାମ ହେଉଛି କୋଲି ଓଏନ୍ । ମାଟିରେ ପ୍ରତିମୂର୍ତ୍ତି ନିର୍ମାଣ କରୁଥିବା ଏହି ବାଳକ ଜଣଙ୍କ କୋଆଲା ମୂର୍ତ୍ତି ନିର୍ମାଣ କରି ଏହି ଅର୍ଥ ରାଶି ସଂଗ୍ରହ କରିଛନ୍ତି । ଗୋ ଫାଉଣ୍ଡ ମି ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ଓଏନ୍ ଏହି ପ୍ରତିମୂର୍ତ୍ତି ବିକ୍ରି କରିଛନ୍ତି । ଓଏନ୍ ସମୁଦାୟ 55ଟି ପ୍ରତିମୂର୍ତ୍ତି ବିକି ଏହି ଅର୍ଥ ସଂଗ୍ରହ କରିଛନ୍ତି । (ଏଜେନ୍ସୀ)
Tag: australiabushfire
ସିଡ୍ନୀ : ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଏକ ପ୍ରଦର୍ଶନୀ ଟେନିସ୍ ମ୍ୟାଚ୍ ଖେଳାଯାଇଛି । ଏହି ପ୍ରଦର୍ଶନୀ ମ୍ୟାଚ୍ ଗୁଡିକରୁ 5 ମିଲିୟନ୍ ଅଷ୍ଟ୍ରେଲିଆନ୍ ଡଲାର (3.4 ମିଲିୟନ୍ ଡଲାର) ଅର୍ଥରାଶି ସଂଗ୍ରହ କରାଯାଇଛି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବିଭିନ୍ନ ବଡ ବଡ ଷ୍ଟାର ଖେଳିଥିଲେ । ରୋଜର ଫେଡେରରଳ ସେରେନା ଓ୍ବିଲିୟମ୍ସ, ନୋଭାକ୍ ଜୋକୋଭିକ୍, ରାଫେଲ୍ ନାଦାଲ୍, ନାଓମି ଓସାକା, କାରୋଲିନ୍ ଓଜ୍ନିଆକି, ଷ୍ଟିଫାନୋସ୍ ଟ୍ରିଷ୍ଟାପାସ୍ ଏବଂ ଆଲେକଜାଣ୍ଡାର ଜେଭ୍ରେଭ୍ ପ୍ରମୁଖ ଏହି ପ୍ରଦର୍ଶନୀ ମ୍ୟାଚ୍ରେ ଅଂଶଗ୍ରହଣ କରିଥିଲେ ।
ସମସ୍ତ ଖେଳାଳି ସିଙ୍ଗିଲ୍ସ ଏବଂ ଡବଲ୍ସ ମ୍ୟାଚ୍ ଖେଳିଥିଲେ । ଫେଡେରେର୍ ଏବଂ ନାଡାଲ୍ ଡବଲ୍ସ ମ୍ୟାଚ୍ ଖେଳିଥିବା ବେଳେ ସେରେନା ଏବଂ ଜୋକୋଭିକ୍ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳିଥିଲେ । ମ୍ୟାଚ୍ ପରେ ନାଦାଲ୍ ଏବଂ ଫେଡେରର୍ ବ୍ୟକ୍ତିଗତ ଭାବରେ 2 ଲକ୍ଷ 50 ହଜାର ଅଷ୍ଟ୍ରେଲିଆ ଡଲାର ଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ କାରଣରୁ 28 ଜଣ ଲୋକଙ୍କ ପ୍ରାଣ ହାନି ଘଟିଥିବା ବେଳେ 2 ହଜାରରୁ ଅଧିକ ଘର ପାଉଁଶ ହୋଇ ଯାଇଥିଲା । (ଏଜେନ୍ସୀ)