Categories
ଆଜିର ଖବର

ବାଲାରେ ଏକତ୍ର ନଜର ଆସିବେ ଭୂମି – ଆୟୁଷ୍ମାନ – ୟାମୀ

ଦୀନେଶ ଭିଜନଙ୍କ ଅପକମିଙ୍ଗ ଫିଲ୍ମ ବାଲାରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଭୂମି ପେଣ୍ଡେନକର୍‌ , ଆୟୁଷ୍ମାନ ଖୁରାନା ଓ  ୟାମୀ ଗୌତମ। ‘ଦମ ଲଗାକେ ହେଇସା’ ଏବଂ ‘ଶୁଭ ମଙ୍ଗଲ ସାବଧାନ’ ପରେ ଏହା ଭୂମି-ଆୟୁଷ୍ମାନଙ୍କ ତୃତୀୟ ଫିଲ୍ମ ହୋଇଥିବା ବେଳେ ‘ଭିକି ଡୋନର’ ପରେ ୟାମୀ-ଆୟୁଷ୍ମାନଙ୍କ ତୃତୀୟ ଫିଲ୍ମ। ଫିଲ୍ମର ପ୍ରଥମ ଭାଗର ସୁଟିଂ କାନପୁରରେ ଆରମ୍ଭ ହୋଇ ସାରିଛି। ୨୨ନଭେମ୍ବର ୨୦୧୯ରେ ଏହି ରୋମାଣ୍ଟିକ୍‌ କମେଡି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି। କେବଳ ବାହ୍ୟ ସୌନ୍ଦର୍ଯ୍ୟ ଉପରେ ନଜର ରଖୁଥିବାରୁ କିପରି ସମ୍ପର୍କ ଭାଙ୍ଗୁଛି ଏହାକୁ ଫିଲ୍ମରେ ଦେଖାଯାଇଛି ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀନେଶ ଭିଜନ ସୂଚନା ଦେଇଛନ୍ତି। ବାଲାରେ ଆୟୁଷ୍ମାନ ଜଣେ ଚନ୍ଦା, ଭୂମି ଜଣେ ଛୋଟ ସହରର ଝିଅ ଏବଂ ୟାମୀ ଜଣେ ସୁପର ମଡେଲ ଭୂମିକାରେ ନଜର ଆସିବେ। ଅମର କୌଶିକ୍‌ ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି।

Categories
ଆଜିର ଖବର

‘ଆର୍ଟିକିଲ୍‌ 15’ ପାଇଁ ଉର୍ଦ୍ଦୁ ଶିଖିଲେ ଆୟୁସ୍ମାନ ଖୁରାନା

ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର ଆୟୁସ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ଆର୍ଟିକିଲ୍‌ ୧୫ ନିମନ୍ତେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ଚଳଚିତ୍ରରେୋ ଜଣେ ପେଲିସ ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଆୟୁସ୍ମାନ। ଫିଲ୍ମଟି ଉତ୍ତର ପ୍ରଦେଶ ପୃଷ୍ଠଭୂମି ଉପରେ ଆଧାରିତ ରହିଥିବାରୁ ଉର୍ଦ୍ଦୁ ଶିଖିବା ନିମନ୍ତେ ଆୟୁସ୍ମାନ ଜଣେ ଉତ୍ତରପ୍ରଦେଶ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଉର୍ଦ୍ଦୁ ଶିଖିବା ମୋର କବିତା ପାଇଁ ମଧ୍ୟ ଉପକୃତ ସାବ୍ୟସ୍ତ ହେବ ବୋଲି ଆୟୁସ୍ମାନ କହିଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ଇଶା ତଲଓ୍ବାର, ମନୋଜ ପାହ୍ବା, ସାୟାନୀ ଗୁପ୍ତା, କୁମୁଦ ମିଶ୍ରା ଏବଂ ମହମ୍ମଦ ଜୀଶାନ ଆୟୁବ୍‌ ନଜର ଆସିବେ। ପୂର୍ବରୁ ସିହ୍ନା ମୁଲ୍କର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଉଭୟ ଦର୍ଶକ ଏବଂ ସମାଲୋଚକ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୯ ଶେଷ ଭାଗରେ ରିଲିଜ ୍‌ ହେବାକୁ ଯାଉଛି।