Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ପୁଣି ଏକ ହସ୍ପିଟାଲରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲ୍‌ରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଦିଲ୍ଲୀର ଜାହାଙ୍ଗିରୀପୁରୀ ନିକଟରେ ଏହି ହସ୍ପିଟାଲଟି ଅବସ୍ଥିତ। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ, ଯେଉଁ ହସ୍ପିଟାଲ ଗୁଡିକରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି। ସୂଚନାଯୋଗ୍ୟ ଜାହାଙ୍ଗିରପୁରୀ ଅଞ୍ଚଳରେ ବହୁ ସଂକ୍ରମିତ ଚିହ୍ନଟ ହୋଇଛି। ଏହି ଅଞ୍ଚଳର  ଗଳିରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା 2625ରେ ପହଞ୍ଚିଛି। ଶନିବାର ଦିନ 111ଟି ମାମଲା ଆସିଛି। ତେବେ ପୂର୍ବ  ସ୍ଥିତି ଠାରୁ ଏବେ ସ୍ଥିତିରେ ବହୁତ ଫରକ ଆସିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟରେ କରୋନା ଡବଲିଂ ରେଟ ଚାରିରୁ ପାଞ୍ଚ ଦିନ ରହିଥିବାବେଳେ ଏବେ ଏହା 13 ଦିନରେ ରହିଛି । ଅପରପକ୍ଷରେ ଦିଲ୍ଳୀରେ ପ୍ଲାଜାମ ଥେରାପି ବେଶ୍‌ ସକାରାତ୍ମକ ରହିଛି । ପ୍ଲାଜାମ ଥେରାପି ଯୋଗୁଁ ଗୁରୁତର କରୋନା ରୋଗୀଙ୍କୁ ଠିକ୍‌ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । (ଏଜେନ୍ସି)