ନୂଆଦିଲ୍ଲୀ : ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ଡାଇରେକ୍ଟର ଡା. ବଳରାମ ଭାର୍ଗବ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଇସିଏମ୍ଆରର ସୂଚନା ଅନୁସାରେ 59 ବର୍ଷୀୟ ଡାକ୍ତର ଭାର୍ଗବଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୮୯୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ୨୨୮୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି । ଏହା ସହିତ ୩୩୮ ନୂତନ ମୃତ୍ୟୁକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ରେ ପହଞ୍ଚିଛି । (ଏଜେନ୍ସି)