Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ କଟକଣା

ନୂଆଦିଲ୍ଲୀ : କରୋନା ସଙ୍କଟ କାରଣରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ପୁନର୍ବାର ପ୍ରତିବନ୍ଧକ ଲଗାଇଛି ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ । ଆସନ୍ତା ସେପ୍ଟେମ୍ବର 3୦ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ ମନ୍ତ୍ରାଳୟ ପକ୍ଷରୁ ରୋକ ଲଗାଯାଇଛି । ତେବେ କାର୍ଗୋ ବିମାନ ଏବଂ ସ୍ୱତନ୍ତ୍ର ଭାବରେ ଅନୁମତି ହାସଲ କରିଥିବା ବିମାନ ଗୁଡିକୁ ଏହି ନିୟମରୁ ବାଦ ଦିଆଯିବ । ସୋମବାର ଦିନ ଡିଜିସଏ ମୁଖ୍ୟ ଅରୁଣ କୁମାର ଏହି ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର 30 ପୂର୍ବରୁ  କରୋନା ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।