ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 11ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭାରତରୁ ଆମେରିକା ମଧ୍ୟରେ ଜୁଲାଇ 17ତାରିଖ ଭିତରେ ଚଳାଚଳ କରିବ ପ୍ରାୟ 36ଟି ଏୟାର ଇଣ୍ଡିଆ ବିମାନ। ବନ୍ଦେ ଭାରତ ମିଶନ୍ରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯିବ।
ଏୟାର ଇଣ୍ଡିଆ ୱେବସାଇଟରୁ କାଲି ରାତି 8ଟା ପରଠୁ ଟିକେଟ୍ ଉପଲବ୍ଧ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଏୟାର ଇଣ୍ଡିଆ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବନ୍ଦେ ଭାରତ ମିଶନରେ ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟଙ୍କୁ ଅଣାଯାଇଥିଲା। ମହାମାରୀ କରୋନା କଟକଣା ପାଇଁ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ବିମାନ ସେବା ବନ୍ଦ ରହିଛି।