Categories
ଅପରାଧ ଆଜିର ଖବର ଜାତୀୟ ଖବର

ସାଇବର ଆକ୍ରମଣରେ ୩୦୦ ରୁ ଅଧିକ ବ୍ୟାଙ୍କ, ବନ୍ଦ ହେଲା UPI-ATM ସେବା

ନୂଆଦିଲ୍ଲୀ: ଟେକ୍ନୋଲୋଜି ସେବା ପ୍ରଦାନକାରୀ ସି-ଏଜ୍ ଟେକ୍ନୋଲୋଜିସ ଉପରେ ସାଇବର ଆକ୍ରମଣ ହୋଇଛି। ଏହି କାରଣରୁ, ଦେଶର ପ୍ରାୟ ୩୦୦ ଟି ଛୋଟ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ସ୍ଥଗିତ ରହିଛି। ଏପରିକି ଗ୍ରାହକମାନେ ଏଟିଏମରୁ ଟଙ୍କା ଉଠାଇବାକୁ ସକ୍ଷମ ହୋଇପାରିନାହଁନ୍ତି। ଏଥି ସହିତ, UPI ମାଧ୍ୟମରେ ରାଶି ସ୍ଥାନାନ୍ତର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବୈଷୟିକ ସମସ୍ୟା ସମବାୟ ବ୍ୟାଙ୍କ ଏବଂ ଗ୍ରାମୀଣ ଆଞ୍ଚଳିକ ବ୍ୟାଙ୍କଗୁଡିକର ଗ୍ରାହକଙ୍କୁ ପ୍ରଭାବିତ କରି ନାହିଁ, ଯେଉଁମାନେ ଏସବିଆଇ ଏବଂ ଟିସିଏସ୍ ର ମିଳିତ ଉଦ୍ୟୋଗ ସି-ଏଜ୍ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ତଥାପି, ଅନ୍ୟ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ସାଧାରଣ ଭାବରେ ଚାଲୁଛି।

ବାସ୍ତବରେ, ଏହାର ସିଷ୍ଟମରେ ଆକ୍ରମଣ ହେବା ପରେ ଗତ ଦୁଇ ଦିନ ଧରି ସି-ଏଜ୍ ଟେକ୍ନୋଲୋଜିସ ଏହି ସମସ୍ୟାର ସମ୍ମୁଖୀନ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ବୃହତ ପେମେଣ୍ଟ ସିଷ୍ଟମର ସୁରକ୍ଷା ପାଇଁ ସି-ଏଜ୍ ସିଷ୍ଟମକୁ ଅଲଗା କରିବାକୁ ପଡିବ। ଏହା ସହିତ ଆବଶ୍ୟକ ସତର୍କତା ମଧ୍ୟ ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ଦେଶରେ ବଦଳୁଛି କେତେକ ନିୟମ, ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ନୂତନ ନିୟମଗୁଡିକ ସିଧାସଳଖ ଆମ୍‌ଆଦମୀର ଜୀବନ ଓ ପକେଟ ଉପରେ ପଡିବ । ଆଜିଠାରୁ ଗ୍ୟାସ୍‌ ବୁକିଂ ଠାରୁ ଆରମ୍ଭ କରି ବ୍ୟାଙ୍କ ଚାର୍ଜରେ ପରିବର୍ତ୍ତନ ସହ ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ।

ଆଜିଠାରୁ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ଓ ବୁକିଂ ପ୍ରକ୍ରିୟା ବଦଳୁଛି ।  ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଡେଲିଭରି ଅ‌ଥେଣ୍ଟିକେସନ୍‌ ‌କ‌ୋଡ୍‌(ଡିଏସି) ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଗ୍ରାହକ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ପାଇଁ ଏକ ଓଟିପି ନମ୍ବର ପାଇବେ। ସିଲିଣ୍ଡର ଡେଲଭରୀ ସମୟରେ ଏହି ଓଟିପି ନମ୍ବର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ସିଲିଣ୍ଡର ହୋମ୍‌ ଡେଲିଭରି ନେବା ସମୟରେ ଗ୍ରାହକ ପ୍ରଥମେ‌ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏକ କୋଡ୍‌ ପାଇବେ। ଯେତେବେଳେ ଗ୍ରାହକ ଓଟିପି ନମ୍ବର ‌ସୁନିଶ୍ଚିତ କରିବେ ସେ‌‌ତବେଳେ ତାଙ୍କ ନିକଟରେ ସିଲିଣ୍ଡର ଡେଲିଭରି ହୋଇଯିବ ।

ଇଣ୍ଡେନ୍‌ ଗ୍ୟାସ୍‌ର ଗ୍ରାହକମାନେ ଆଜିଠାରୁ ନିଜ ପୁରୁଣା ନମ୍ବରରେ ଗ୍ୟାସ୍‌ ବୁକିଂ କରିପାରିବେ ନାହିଁ । ଇଣ୍ଡେନ୍‌ ନିଜ ଏଲ୍‌ପିଜି ଗ୍ରାହକଙ୍କପାଇଁ ପଞ୍ଜିକୃତ ମୋବାଇଲ ନମ୍ବରରେ ଗ୍ୟାସ୍‌ ବୁକ୍‌ କରିବାପାଇଁ ନମ୍ବର ଦେବ । ଯାହାଫଳରେ ଦେଶ ସାରା ଇଣ୍ଡେନଗ୍ୟାସ୍‌ ଉପଭୋକ୍ତାମାନେ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଗୋଟିଏ ନମ୍ବରରେ କଲ୍‌ ବା ମେସେଜ୍‌ କରିପାରିବେ । ସେହି ନମ୍ବରଟି ହେଉଛି 7718955555 ।

ନଭେମ୍ବର 1ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବାଠାରୁ ଟଙ୍କା ଉଠାଇବା କ୍ଷେତ୍ରରେ ମଧ୍ୟ ନୂତନ ନିୟମ ଲାଗୁ ହୋଇଛି । ଟଙ୍କା ଡିପୋଜିଟ୍‌ ଓ ଉଠାଣ ପାଇଁ ଏଣିକି ଶୁଳ୍କ ଦେବାକୁ ପଡିବ । ବ୍ୟାଙ୍କ ଅଫ୍‌ ବଡୋଦା ଆଜିଠାରୁ ଏହି ନୂତନ ନିୟମ ଲାଗୁ କରିଛି । ତେବେ ଜନଧନ ଖାତା ଧାରକ ପାଇଁ ଏହି ନିୟମରେ କୋହଳ କରାଯାଇଛି । ଏହି ଖାତାଧାରକମାନଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ । କିନ୍ତୁ ଉଠାଣ ପାଇଁ ଦେବାକୁ ପଡିବ ।

ସେହିପରି ଏସ୍‌ବିଆଇ ବ୍ୟାଙ୍କରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏସ୍‌ବିଆଇରେ ଥିବା ସେଭିଂ ଆକାଉଣ୍ଟରେ କମ୍‌ ସୁଧ ମିଳିବ। ଏହା ସହିତ 1 ଲକ୍ଷ ଟଙ୍କାର ସେଭିଂ ଆକାଉଣ୍ଟ ଉପରେ ସୁଧ ହାର 0.25 ପ୍ରତିଶତର ହ୍ରାସ ହୋଇ ହେବ 3.25 ହୋଇଛି ।  ସେହିପରି ପଚାଶ କୋଟିରୁ ଅଧିକ ଟର୍ଣ୍ଣଓଭର ପାଇଁ ବ୍ୟବସାୟୀଙ୍କୁ ଡିଜିଟାଲ୍‌ ପେମେଣ୍ଟ ବାଧ୍ୟତାମୂଳକ କରାଯାଇଛି ।

ନଭେମ୍ବର 1 ତାରିଖରୁ ଭାରତୀୟ ରେଳ ସେବା ସାରା ଭାରତ ବର୍ଷରେ ଟ୍ରେନ୍‌ର ସମୟ ସାରଣୀରେ ପରିବର୍ତ୍ତନ କରିଛି । 13 ହଜାର ପ୍ୟାସେଞ୍ଜର ଟ୍ରେନ୍‌ ଓ 7 ହଜାର ମାଲଗାଡିଙ୍କ ସମୟକୁ ପରିବର୍ତ୍ତନ କରାଯାଇଛି । ଦେଶରେ ଚାଲୁଥିବା 30 ରାଜଧାନୀ ଟ୍ରେନର ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦେଶରେ ସରକାରୀ ତୈଳ କମ୍ପାନୀଙ୍କ ଦ୍ବାରା ପ୍ରତ୍ୟେକ ମାସରେ ପ୍ରଥମ ତାରିଖରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର୍‌ର ମୂଲ୍ୟ ନିର୍ଦ୍ଧାରିତ ହେବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ ମୁଖ୍ୟାଂଶ : 1150ଟି ନୂତନ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି ।

ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ସରକାରଙ୍କ ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହିକ୍ରମରେ 1 ଲକ୍ଷ ଟଙ୍କା ଯାଏ ମିଳୁଥିବା ବୀମା ରାଶିକୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ଏହାଦ୍ଵାରା ଯଦି ବ୍ୟାଙ୍କ୍‌ ଦେବାଳିଆ ଘୋଷିତ ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ 5 ଲକ୍ଷ ଟଙ୍କା ଜମାରାଶି ଯାଏ ଅର୍ଥ ଫେରାଇବାକୁ ବାଧ୍ୟ ହେବ ।