Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଓଡ଼ିଶା ଉନ୍ନତ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନ

ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ନୂତନ ଓଡିଶା ଓ ଉନ୍ନତ ଓଡିଶା କାର୍ଯ୍ୟକ୍ରମ ଓଡିଶାର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ପାଳିତ ହେଉଛି । ଆଜି ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଓ ଏଥିସହ ସଲଗ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହାର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ପୁର୍ବତନ ଓଡ଼ିଆ ଅଧ୍ୟାପକ ,ଓଡ଼ିଶାର ଲବ୍ଧପ୍ରତିଷ୍ଠ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥି ଓଡ଼ିଶା ସଚିବାଳୟର ଅବସରପ୍ରାପ୍ତ ଅଧିକାରୀ ସୁବାଷ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ବାଣପୁରର କଳା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ବୁଝାଇ ସେଗୁଡ଼ିକର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବା ନିମନ୍ତେ ଉପଦେଶ ଦେଇଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନକୁ ବୁଝାଇ କହିଥିଲେ।

ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଉତ୍କଳୀକା ପାଢୀ ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ଦୁଇ ନୋଡାଲ ଅଫିସର ଜୟନ୍ତ କୁମାର ବିହାରୀ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ।ଏଷ୍ଟାବ୍ଳିସମେଣ୍ଟ ଅଧିକାରୀ ଆଦିତ୍ୟସାରଥୀ ବେଦମତ୍ତା, ଅନୀତା ଦଳେଇ, ବାଦଲ ବେହେରା ,ସତ୍ୟାନନ୍ଦ ମହାରଣା, ସ୍ଵାଗତୀକା ସାହୁ ,ଡ଼ ଗୁରୁ କିଶୋର ନାୟକ,ରଶ୍ମିତା ମହାରଣା,ହିଟଲର ବେହେରାଙ୍କ ସମେତ ଏହି କାର୍ଯ୍ୟକ୍ରମକୁ ଏକ ମାସଧରି ପରିଚାଳନା କରିଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଗୋଦାବରୀଶ ଜୁନିଅର କଲେଜରେ ସିଟ ବୃଦ୍ଧି ପାଇଁ ଦାବୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଗୋଦାବରୀଶ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ ବୃଦ୍ଧି ପାଇଁ ବିଭିନ୍ନ ମହଲରେ ଦାବୀ କରାଯାଇଛି। ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଶତକଡା ୯୭ ଭାଗ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ପାସ କରିଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ କଲେଜରେ ଥିବା ସିଟ ସଂଖ୍ୟା କମ ଥିବାରୁ ସ୍ଥାନୀୟ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବାଣପୁର ବ୍ଲକର ସମୁଦାୟ ୧୭୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୪୦ ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ଶତକଡା ୯୮ ଭାଗ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ରାଜ୍ୟରେ ପାସ ହାରକୁ ଦେଖି ଶିକ୍ଷାମନ୍ତ୍ରୀ ଆବଶ୍ୟକ ସ୍ଥଳେ କଲେଜ ଗୁଡିକରେ ଦ୍ଵାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବାପାଇଁ ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉକି ସାମୁହିକ ସ୍ତରରେ ବାଣପୁର ଗୋଦାବରୀଶ ଜୁନିଅର ମହାବିଦ୍ୟାଳୟରେ ଶତକଡା ୫୬ ନମ୍ବର କଟଅଫ ମାର୍କ ଚଳିତ ବର୍ଷ ରହିଥିବା ଅଧ୍ୟକ୍ଷ ବିନାୟକ ହୋତା ପ୍ରକାଶ କରିଛନ୍ତି।

ସମୁଦାୟ ୩୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସିଟ ଉପଲବ୍ଧ ଥିବା ଜଣାଯାଇଛି। ସେଥିରେ ଅନ୍ୟ ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଯାହାଫଳରେ ବାଣପୁର ଅଞ୍ଚଳର ବହୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ସ୍ଥାନୀୟ କଲେଜରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ସେମାନଙ୍କ ପାଖରେ ସମ୍ବଳ ଅଭାବରୁ ଅଧିକ ମୂଲ୍ୟ ଦେଇ ବେସରକାରି କଲେଜରେ ନାମ ଲେଖାଇ ପାରିନାହାନ୍ତି। ତେଣୁ ଅଭିଭାବକ ମାନେ ବାଣପୁର ଅଞ୍ଚଳରେ ଥିବା କଲେଜ ଗୁଡିକରେ ସିଟସଂଖ୍ୟା ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ଗଣମାଧ୍ୟମ ଜରିଆରେ ଦୃଢ଼ ଦାବୀ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ସିଟ ବୃଦ୍ଧି ନେଇ କୌଣସି ସୂଚନା କଲେଜ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିନଥିବା ଅଧ୍ୟକ୍ଷ ଶ୍ରୀ ହୋତା ପ୍ରକାଶ କରିଛନ୍ତି। କିନ୍ତୁ ସରକାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଯଦି ଆଗାମୀ ଦିନରେ ସିଟ ସଂଖ୍ୟା ବୃଦ୍ଧି ନ କରନ୍ତି ତେବେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।