ସୀତାରାମ ଅଗ୍ରୱାଲ
ବାଣପୁର: ବୁଧବାର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକରେ ବିଜେଡିର ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ପଲଟଣ ପଡିଆ ସ୍ଥିତ କୃତିବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ପ୍ରଥମ ଦିନରେ ୧୪ ଏବଂ ୧୫ ନମ୍ବର ଜୋନର କର୍ମୀମାନେ ପ୍ରଶିକ୍ଷିତ ହୋଇଥିବା ବେଳେ ଆସନ୍ତା ଦୁଇଦିନରେ ଅନ୍ୟ ଜୋନ ଗୁଡିକର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷିତ କରାଯିବ।
ପୂର୍ବାହ୍ନରେ ୧୫ନମ୍ବରର ପ୍ରତ୍ୟେକ ୱାର୍ଡରୁ ଯୋଗ ଦେଇଥିବା ୪ଜଣ ଲେଖାଏଁ କର୍ମକର୍ତ୍ତାଙ୍କୁ ବିଜେଡି ମୁଖପାତ୍ର ସୋଫିଆ ଆଲାମ ଏବଂ ଲୋରା ମହାପାତ୍ର ପ୍ରଶିକ୍ଷଣ କରିଥିଲେ। ଉକ୍ତ ଶିବିରକୁ ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର ପରିଚାଳନା କରିଥିଲେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ସରକାରଙ୍କ ଯୋଜନା ଗୁଡିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ମୁଖ୍ୟ କାର୍ଯ୍ୟ ବୋଲି କୁହାଯାଇଥିଲା।
ପ୍ରଚାର ପ୍ରସାର ଦିଗରେ ଆମକୁ ସମସ୍ତେ କ୍ରିୟାଶୀଳ ହେବାକୁ ପଡିବ। ତେଣୁ ଶଙ୍ଖ ଆପ ଡାଉନଲୋଡ଼ କରି ଡିଜିଟାଲ ମୋଡ଼ରେ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ଶିବିରର ମୂଳ ଲକ୍ଷ l l ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଦାନ,ସରପଞ୍ଚ ପୁଷ୍ପମିିତ୍ର ଖୁଣ୍ଟିଆ, ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିୟାର ସିଂ, କୁମାର ଜଗତବଲ୍ଲଭ ମହାରଥାଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ବିଜେଡି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ ।