Categories
ଆଜିର ଖବର ଜାତୀୟ ଖବର

ଆୟକର, ସିବିଆଇ ଏବଂ ଇଡି ଯୋଗୁଁ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି: ସୁପ୍ରିୟା ସୁଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତୀର ତିନିଥର ସାଂସଦ ସୁପ୍ରିୟା ସୁଲେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଆଦର୍ଶକୁ ପସନ୍ଦ କରି ବିରୋଧୀ ଦଳର ନେତାମାନେ ବିଜେପିରେ ଯୋଗ ଦେଉନାହାନ୍ତି, ବରଂ “ICE – ଆୟକର, ସିବିଆଇ ଏବଂ ଇଡି କାରଣରୁ ବିଜେପି ରେ ସାମିଲ ହେଉଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବାରାମତୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପୁଣି ଥରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ସେ ୨୦୦୯ ଠାରୁ ଏହି ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ବାରମତୀ ହେଉଛି ପାୱାର ପରିବାରର ଗଡ଼। ୧୯୯୬ ରୁ ୨୦୦୯ ପର୍ଯ୍ୟନ୍ତ ଶରଦ ପାୱାର ଏହି ଆସନରୁ ସାଂସଦ ଥିଲେ।

ତେବେ ଏହି ନିର୍ବାଚନ ପୂର୍ବ ନିର୍ବାଚନ ଠାରୁ ଭିନ୍ନ। ବର୍ତ୍ତମାନ ଶରଦ ପାୱାରଙ୍କ ଏନସିପି ବିଭାଜିତ ହୋଇଛି। ଗୋଟିଏ ଦଳ ୮୦ ବର୍ଷ ବୟସ୍କ ଶରଦ ପାୱାର ଏବଂ ଅନ୍ୟ ଦଳଟି ତାଙ୍କ ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱରେ ଅଛି। ଅଜିତ ପାୱାର ବିଜେପି ଏବଂ ଶିବସେନା ସହ ମିଶି ମହାରାଷ୍ଟ୍ର ସରକାରଙ୍କ ଏକ ଅଂଶ ହୋଇପାରିଛନ୍ତି। ସୁପ୍ରିୟା ସୁଲେ ବର୍ତ୍ତମାନ ଏନସିପି (ଶରଦଚନ୍ଦ୍ର ପାୱାର) ର ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

ସୂଚନାନୁସାରେ, ବାରାମତୀ ନିର୍ବାଚନରେ ​​ଏଥର ପୱାର ବନାମ ପାୱାର ପ୍ରତିଯୋଗିତା ଦେଖିବାକୁ ମିଳିପାରେ। ଏହି ଆସନରେ ସୁପ୍ରିୟା ସୁଲେଙ୍କୁ ତାଙ୍କ ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ସାମ୍ନା କରିବାର ସମ୍ଭାବନା ରହିଛି।

ଯେତେବେଳେ ଏ ବିଷୟରେ ପଚରାଗଲା, ସୁପ୍ରିୟା ସୁଲେ ଉତ୍ତର ଦେଇଛନ୍ତି, “ମୁଁ ଜାଣେ ନାହିଁ ମୋ ବିରୁଦ୍ଧରେ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ଏହା ସରକାରୀ ଭାବେ ଘୋଷଣା କରାଯାଇ ନାହିଁ। ଏହା ଘୋଷଣା ହେବା ପରେ ମୁଁ ଆପଣଙ୍କୁ କହିବି।”

Categories
ଆଜିର ଖବର ଜାତୀୟ ଖବର

ନଣନ୍ଦ ଏବଂ ଭାଉଜ ମଧ୍ୟରେ ହେବେ କଡା ପ୍ରତିଯୋଗିତା!: ବାରାମତୀରୁ ନିର୍ବାଚନ ଲଢିବେ ସୁପ୍ରିୟା ସୁଲେ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏହି ସମୟରେ ଶରଦ ପାୱାର ସୁପ୍ରିୟା ସୁଲେଙ୍କୁ ବାରାମତୀ ଆସନରୁ ପ୍ରାର୍ଥୀ କରିଛନ୍ତି। ବାରମତୀ ପାୱାର ପରିବାରର ଗଡ଼ ଭାବରେ ପରିଗଣିତ ହୁଏ। ବର୍ତ୍ତମାନ ସୁପ୍ରିୟା ସୁଲେ ଏହି ଆସନରୁ ସାଂସଦ ଅଟନ୍ତି। ୨୦୦୯ ମସିହାରୁ ଏହି ଆସନରୁ ସୁପ୍ରିୟା ସୁଲେ କ୍ରମାଗତ ଭାବରେ ଲୋକସଭା ନିର୍ବାଚନରେ ​​ଜିତି ଆସୁଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବାରାମତୀରୁ ନିର୍ବାଚନ ଲଢିପାରନ୍ତି। ଏଭଳି ପରିସ୍ଥିତିରେ ସୁନେତ୍ରା ପାୱାର ଯଦି ଏଠାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ସୁପ୍ରିୟା ସୁଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶନିବାର ଦିନ ପୁଣେ ଜିଲ୍ଲାର ଭୋର ତହସିଲରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର) ସହିତ ମହାବିକାଶ ଅଘାଡିର ଅନ୍ୟ ଦଳର ଏକ ରାଲି ଆୟୋଜନ କରାଯାଇଥିଲା। ସେହି ରାଲିରେ ବାରାମତୀରୁ ପୁଣି ସୁପ୍ରିୟା ସୁଲେ ନିର୍ବାଚନ ଲଢିବାବାକୁ ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ।

ବାରମତୀ ହେଉଛି ପାୱାର ପରିବାରର ପାରମ୍ପାରିକ ଆସନ:

ଏହି ରାଲିକୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଆଶା ପ୍ରକଟ କରିଛନ୍ତି ଯେ, ନିର୍ବାଚନ ଆୟୋଗ ୧୪ କିମ୍ବା ୧୫ ମାର୍ଚ୍ଚରେ ଲୋକସଭା ନିର୍ବାଚନ ଘୋଷଣା କରିପାରନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ତାଙ୍କ ସଂଗଠନକୁ “ତୂରୀ ବଜାଉଥିବା” ଚିହ୍ନ ପ୍ରଦାନ କରିଛନ୍ତି। ୧୯୮୪ ମସିହାରେ ଶରଦ ପାୱାର ବାରାମତୀ ଆସନରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ​​ଜିତିଥିଲେ। ଏହା ପରେ ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ ପର୍ଯ୍ୟନ୍ତ ଏହି ଆସନରୁ ଲୋକସଭା ସାଂସଦ ରହିଲେ।

ନଣନ୍ଦ ଏବଂ ଭାଉଜ ମଧ୍ୟରେ ହେବେ କଡା ପ୍ରତିଯୋଗିତା!

୨୦୦୯ ଲୋକସଭା ନିର୍ବାଚନରେ ​​ଶରଦ ପାୱାର ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଇଁ ବାରାମତୀ ଆସନ ଛାଡିଥିଲେ। ସୁପ୍ରିୟା ସୁଲେ ମଧ୍ୟ ୨୦୦୯, ୨୦୧୪ ଏବଂ ବର୍ତ୍ତମାନ ଅର୍ଥାତ୍ ୨୦୧୯ ରେ ଏହି ଆସନରୁ ସାଂସଦ ଅଟନ୍ତି। ତେବେ ଏଥର ବାରାମତୀରେ ତାଙ୍କର ରାସ୍ତା ସହଜ ହେବ ନାହିଁ। ଅନୁମାନ କରାଯାଉଛି ଯେ, ଏହି ଆସନରେ ସୁନେତ୍ରା ପାୱାର ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି, ତେଣୁ ନଣନ୍ଦ ଏବଂ ଭାଉଆଜ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ।