Categories
ଆଜିର ଖବର ଜାତୀୟ ଖବର

’ବସ୍ତୀ’ର ନାମ ବଦଳାଇ ’ବଶିଷ୍ଠ ନଗର’ କରିବେ ଯୋଗୀ ସରକାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଯୋଗୀ ସରକାର ନାମ ବଦଳାଇବାର ଅଭିଯାନ ଜାରି ରଖିଛନ୍ତି । ଏବେ ବସ୍ତୀ ଜିଲ୍ଲାର ନାମ ବଦଳାଇବାକୁ ଚେଷ୍ଟା କରୁଥିବାର ସୂଚନା ରହିଛି । ବସ୍ତୀ ଜିଲ୍ଲାର ନାମ ବଦଳାଇ ବଶିଷ୍ଠ ନଗର କରାଯିବା ନେଇ ସୂଚନା ମିଳିଛି । ଅଯୋଧ୍ୟା ଜିଲ୍ଲା ନିକଟରେ ବସ୍ତୀ ଜିଲ୍ଲା ଅବସ୍ଥିତ । ଜିଲ୍ଲା ପ୍ରଶାସନ ବସ୍ତୀର ନାମ ପରିବର୍ତ୍ତନ ନେଇ ରାଜସ୍ବ ବିଭାଗକୁ ପ୍ରସ୍ତାବ ପଠାଇଛନ୍ତି । ଏହି ନାମ ବଦଳାଇବା ପାଇଁ ଏକ କୋଟିଟଙ୍କାର ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ବହୁତ ଶୀଘ୍ର କ୍ୟାବିନେଟ୍‌ ନାମ ବଦଳାଇବାର ପ୍ରସ୍ତାବକୁ ମୋହର ଦେଇପାରେ। ପୂର୍ବରୁ ବସ୍ତୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍‌ ହୋଇ ବସ୍ତୀ ମେଡ଼ିକାଲ କଲେଜର ନାମ ମହର୍ଷି ବଶିଷ୍ଠଙ୍କ ନାମାନୁସାରେ ନାମିତ କରିବା ନେଇ ଘୋଷଣା କରିଥିଲେ । ମହର୍ଷି ବଶିଷ୍ଠ ଭଗବାନ ରାମଙ୍କର ଗୁରୁ ଥିଲେ । ମେଡିକାଲ କଲେଜର ନାମ ବଦଳିବା ପରେ ସାଂସଦ ହରିଶ୍‌ ଦ୍ବିବେଦୀ ଓ ବିଧାୟକ ଅଜୟ କୁମାର ସିଂ ଜିଲ୍ଲାର ନାମ ବଦଳାଇବା ନେଇ ଦାବି ଜଣାଇଥିଲେ ।

ଏହା ପୂର୍ବରୁ ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରାଯାଇଥିବାବେଳେ ଫୈଜାବାଦ୍‌କୁ ବଦଳାଇ ଅଯୋଧ୍ୟା କରାଯାଇଥିଲା । ସେହିପରି ମୁଗଲସରାୟର ନାମ ବଦଳାଇ ପଣ୍ଡିତ୍‌ ଦୀନ ଦୟାଲ୍‌ ଉପାଧ୍ୟାୟ ନଗର କରାଯାଇଛି ।