ଭୁବନେଶ୍ବର : ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡ଼ି ଓ ବିଡ଼ିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛି ପଞ୍ଚାୟତିରାଜ ବିଭାଗ । ଜୁନ 19 ତାରିଖ ସୁଦ୍ଧା ଖର୍ଚ୍ଚର ହିସାବ ଦେବାକୁ ପଞ୍ଚାୟତିରାଜ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତସ୍ତରରେ ପ୍ରାୟ 16813ଟି ସଙ୍ଗରୋଧ କେନ୍ଦ୍ର ରହିଥିବା ନେଇ ସୂଚନା ରହିଛି ।
Tag: bdo
ରଞ୍ଜିତ ପଣ୍ଡା
କୁଜଙ୍ଗ : କୋଭିଡ ୧୯ ସମୟରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି ବ୍ଲକର ପ୍ରବାସୀ ଓଡ଼ିଆ ମାନଙ୍କ ସୁବିଧା ପାଇଁ ଆଗକୁ ବଢିଛନ୍ତି ବିଧାୟକ ବିଷ୍ଣୁ ଦାସ । ତିର୍ତ୍ତୋଲର ତିନି ବ୍ଲକ୍ର ବିଡିଓଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ପରେ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନ୍ରେ ରଖାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଧାୟକ ବିଡିଓଙ୍କ ସହିତ ଆଲୋଚନା କରିଥିଲେ ।
ସେହିପରି ସମସ୍ତ ପଞ୍ଚାୟତର କ୍ବାରେଣ୍ଟାଇନ୍ ବ୍ୟବସ୍ଥାର ତଦାରଖ ସ୍ବୟଂ ବିଧାୟକ ନିଜେ କରିବେ ବୋଲି ବିବୃତି ଦେଇଛନ୍ତି । ବିଧାୟକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜୟନ୍ତୀ ସମୟରେ ଏହି ତିନୋଟି ବ୍ଲକ୍ରେ ରକ୍ତଦାନ କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ।
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସଂପ୍ରତି କରୋନା ସଂକ୍ରମଣରୁ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ଏବଂ ବିଭିନ୍ନ ସ୍ତରର ପ୍ରଶାସନିକ ପଦାଧିକାରୀ ଏବଂ କ୍ଷେତ୍ର କର୍ମଚାରୀ, ସ୍ୱେଚ୍ଛାସେବୀ, ମହିଳା ଏସଏଚଜି ସଭ୍ୟା ଭଳି ଅନେକ ଯୋଦ୍ଧା ଅନବରତ ଲାଗି ପଡିଛନ୍ତି। ନିଜସ୍ୱ ସୁରକ୍ଷା ପ୍ରତି ବେଖାତିର କରି ଘର ପରିବାର ଛାଡି ଦିନ ରାତିକୁ ଏକାକାର କରି ଲୋକଙ୍କୁ କରୋନାରୁ ସୁରକ୍ଷା ଦେବା ପାଇଁ ନିଜ ନିଜ ଦାୟୀତ୍ୱ ନିର୍ବାହ କରୁଛନ୍ତି।
ସେମାନଙ୍କ ଅନବରତ ସେବା ଅବର୍ଣ୍ଣନୀୟ ହୋଇଥିବା ବେଳେ କଳାହାଣ୍ଡିରେ ମହିଳା ପଦାଧରକାରୀ ମାନେ ମଧ୍ୟ ପଛରେ ନାହାନ୍ତି। ନିଜ ଜୀବନକୁ ପାଣି ଛଡାଇ ଡ୍ୟୁଟି କରିଚାଲିଛନ୍ତି। ନିଜର ଦୁଇ କୋମଳମତି ଶିଶୁଙ୍କୁ କ୍ୱାଟରରେ ଛାଡି ଅନ୍ୟ ଏକ କ୍ୱାଟରରେ ରହି ନିଜ ଦାୟୀତ୍ୱ ସଂପାଦନ କରୁଥିବା ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କ ପ୍ରତି ସାଧାରଣରେ ସମ୍ମାନର ସୁଅ ଛୁଟିବାରେ ଲାଗିଛି।
ଗୋଲାମୁଣ୍ଡା ବ୍ଲକରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ବିଡିଓ ଶ୍ରୀମତୀ ପ୍ରଧାନଙ୍କ ଦାୟୀତ୍ୱ ବଢିଯାଇଥିଲା। ବିଡିଓ ଭଲି ଏକ ଦାୟୀତ୍ୱ ସଂପନ୍ନ ପଦବୀରେ ଥିବା ହେତୁ ନିଜ ପରିବାର ପ୍ରତି ଗୁରୁତ୍ୱ ନଦେଇ କୋଭିଦ-୧୯ ମୁକାବିଲା ସମୟରେ ବ୍ଲକ ଅଂଚଳରେ ଗସ୍ତକରି ସମସ୍ତ ଜନସାଧାରଣଙ୍କ ସମସ୍ତ ବ୍ୟବସ୍ଥା କରିବା ସହିତ ଆପତି ଅଭିଯୋଗ ବୁଝିଆସୁଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଗୋଲାମୁଣ୍ଡା ବ୍ଲକରେ କରୋନା ରୋଗୀ ଚିହ୍ନଟ ହେବାପରେ ନିଜ କ୍ୱାଟରରେ ପରିଚାରିକାଙ୍କ ଦାୟୀତ୍ୱରେ ନିଜ ଦୁଇ କୋମଳମତି ଶିଶୁଙ୍କୁ ଛାଡି ଅନ୍ୟ କ୍ୱାଟରରେ ରହିଆସୁଛନ୍ତି। ନିଜ ସରକାରୀ ଦାୟୀତ୍ୱ ରେ ଅବହେଲା ନକରି ଦୂରରୁ ନିଜ ଛୁଆଙ୍କୁ ଦେଖି ନିଜ କର୍ତବ୍ୟ ପଥରେ ଆଗେଇ ଯାଉଥିବା ଏହି ମହିୟସୀ ମହିଳାଙ୍କ ଅବଦାନ ଅବର୍ଣ୍ଣନୀୟ। ଗତ ୧୨ ଅପ୍ରେଲରେ ବିଡିଓ ଙ୍କ ସମେତ ବ୍ଲକ ଷ୍ଟାଫ ଙ୍କ ସେମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ମନରେ ଅହେତୁକ ଭୟ ଜାତ ହୋଇଥିବା ବିଷୟ ଏବଂ ଜଣେ ମାଆ ନିଜ ଶିଶୁଙ୍କୁ ଦୂରରେ ଦେଖି ସେମାନଙ୍କୁ କୋଳକୁ ନେଇପାରୁନଥିବା କଷ୍ଟ ଅସହ୍ୟ ହୋଇପଡୁଥିବା ବିଷୟ କୋହଭରା ସ୍ୱରରେ ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କ ସେମ୍ପୁଲ ଟେଷ୍ଟ ସବୁ ନେଗେଟିଭ ଆସିବା ପରେ ଏବଂ ସମସ୍ତ କର୍ମଚାରୀ ଜନସାଧାରଣଙ୍କ ସହଯୋଗ ତାଙ୍କୁ କୋଭିଦ-୧୯ ଯୁଦ୍ଧରେ ଅଧିକ ସାହସ ଓ ଶକ୍ତି ଦେଉଥିବା ସେ ପ୍ରକାଶ କରିଛନ୍ତି।
ସେହିଭଲି ଆଉଜଣେ ନିର୍ଭୀକ କରୋନା ଯୋଦ୍ଧା ହେଉଛନ୍ତି ନୀଳିମା ଦାଶ। କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ମାଇକ୍ରୋବାୟୋଲୋଜିଷ୍ଟ ଭାବେ କର୍ଯ୍ୟରତ ନୀଳିମା ଦାଶ ଦାୟୀତ୍ୱପୂର୍ଣ୍ଣ ଭାବେ ସଫଳତାର ସହ ଦୁଇଶହ ପାଖାପାଖି ଏକାକୀ ସ୍ୱାବ ସଂଗ୍ରହ କରିଥିବା ଜଣାପଡିଛି। କରୋନା ସନ୍ଦିଗ୍ଧ କିମ୍ବା ସଂକ୍ରମିତଙ୍କ ସ୍ୱାବ ସମୁନା ସଂଗ୍ରହ କରିବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ ଏବଂ ସାମାନ୍ୟ ଅସାବଧାନତା ହେଲେ ନିଜକୁ ସଂକ୍ରମିତ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ନୀଳିମା ଜିଲ୍ଲାରେ କାହିଁକି ସମଗ୍ର ଓଡିଶାରେ ଏକ ଉଦାହରଣ ହୋଇଯାଇଥରବା ଜଣାପଡିଛି। ଏଥି ସହ ନୀଳିମା ଜିଲ୍ଲାର ୧୨ଜଣ ଲାବୋରେଟୋରୀ ଟେକନିସିଆନଙ୍କୁ କରୋନା ସ୍ୱାବ ସଂଗ୍ରହ କରିବା ନିମନ୍ତେ ତାଲିମ ଦେଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ କରିଛନ୍ତି। କଳାହାଣ୍ଡିରେ କରୋନା ରୋଗୀ ଚିହ୍ନଟ ହେବାପରେ ସ୍ୱାମୀ ଓ ପରିବାର ଲୋକେ ଚିନ୍ତିତ ହୋଇପଡିଥିବା ବେଳେ ନିଜ ଆତ୍ମବିଶ୍ୱାସ ଏବଂ ସହକର୍ମୀ ମାନଙ୍କ ସହଯୋଗ ରେ ସେ ନିଜ କର୍ତ୍ତବ୍ୟ ସଂପାଦନ କରୁଥିବା ପ୍ରକାଶ କରିଛନ୍ତି। ଓୟୁଏଟି ଭୂବନେଶ୍ୱର ରେ ମାଇକ୍ରୋବାୟୋଲୋଜି ଶିକ୍ଷାରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ନୀଳିମା ଦାଶ ଗତ ୨୦୧୮ ଠାରୁ କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଅବସ୍ଥାପିତ ହୋଇଥିବା ଜଣାପଡିଛି। ସମସ୍ତପ୍ରକାର ସୁରକ୍ଷା ଅବଲମ୍ବନ କରିବା ସହିତ ନିର୍ଦ୍ଧାରିତ ପୋଷାକ ପରିଧାନ କରି ସ୍ୱାବ ସଂଗ୍ରହ କରୁଥିବା ଜଣାପଡିଛି। ତଥାପି ଏଭଳି ବିପଦ ସଂକୁଳ ଭାବେ କରୋନା ସନ୍ଦିଗ୍ଧଙ୍କ ଠାରୁ ସ୍ୱାବ ସଂଗ୍ରହକୁ ଚାକିରୀ ଜୀବନର ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିବା ନୀଳିମା ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ଦୁଇ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିବା ଜଣାପଡିଛି।
ରଞ୍ଜିତ ପଣ୍ଡା : କୁଜଙ୍ଗ ବ୍ଲକ୍ର ନୂତନ ବ୍ଲକ୍ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ହେମନ୍ତ କୁମାର ମହନ୍ତ । ଦୀର୍ଘ ଚାରି ମାସ ହେବ ଖାଲି ପଡିଥିବା ଏହି ସ୍ଥାନ ପାଇଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବିଡିଓ ଶ୍ରୀ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ବିବାଦୀୟ ପରସ୍ଥିତିରେ ପୂର୍ବତନ ବିଡିଓ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ନଭେମ୍ବର 11ରୁ ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡିଥିଲା । ଦୁଇ ଦିନ ତଳେ ହେମନ୍ତ କୁମାର ମହନ୍ତଙ୍କ ନାମ ନୂତନ ବିଡିଓ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଭାବରେ କର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀ ମହନ୍ତଙ୍କୁ ସହକାରୀ ବିଡିଓ ସନ୍ତୋଷ କୁମାର ଶତ୍ପଥୀଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି ।
ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିବାର ଖବର ମିଳିଛି। ପ୍ରାୟ 10 ଜଣ ଲୋକ ଆସି ତାଙ୍କୁ ଅଫିସ ଭିତରୁ ଟେକି ନେଇଯାଇଥିଲେ। ତାଙ୍କୁ ଜବରଦସ୍ତ ଏକ ଗାଡିରେ ଦୁର୍ବତମାନେ ଅପହରଣ କରି ନେଉଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିଥିଲେ। ଏହାର କିଛି ସମୟ ପରେ ଦୁର୍ବତମାନେ ଛାଡିଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅପହରଣ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଇଁତଳା ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଠିକା କାମକୁ ନେଇ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି। ଏନେଇ ମାମଲା ରୁଜ୍ଜୁ ପରେ ପୁଇଁତଳା ପୋଲିସ ତନାଘନା ଅରମ୍ଭ କରିଛି। ଉଦ୍ଧାର ପରେ ସରୋଜଙ୍କୁ ଜିଲ୍ଲାପାଳ ଏବଂ ଏସପି ପଚାରାଉଚୁରା କରୁଛନ୍ତି।