ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପାଇଁ ତିନି ବିଡିଓଙ୍କ ସହିତ ତିର୍ତ୍ତୋଲ ବିଧାୟକଙ୍କ ଆଲୋଚନା

Published: May 2, 2020, 6:58 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : କୋଭିଡ ୧୯ ସମୟରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି ବ୍ଲକର ପ୍ରବାସୀ ଓଡ଼ିଆ ମାନଙ୍କ ସୁବିଧା ପାଇଁ ଆଗକୁ ବଢିଛନ୍ତି ବିଧାୟକ ବିଷ୍ଣୁ ଦାସ । ତିର୍ତ୍ତୋଲର ତିନି ବ୍ଲକ୍‌ର ବିଡିଓଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ପରେ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନ୍‌ରେ ରଖାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଧାୟକ ବିଡିଓଙ୍କ ସହିତ ଆଲୋଚନା କରିଥିଲେ ।
ସେହିପରି ସମସ୍ତ ପଞ୍ଚାୟତର କ୍ବାରେଣ୍ଟାଇନ୍‌ ବ୍ୟବସ୍ଥାର ତଦାରଖ ସ୍ବୟଂ ବିଧାୟକ ନିଜେ କରିବେ ବୋଲି ବିବୃତି ଦେଇଛନ୍ତି । ବିଧାୟକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜୟନ୍ତୀ ସମୟରେ ଏହି ତିନୋଟି ବ୍ଲକ୍‌ରେ ରକ୍ତଦାନ କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ।

Related posts