Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କିୟ ଆପତ୍ତି ଅଭିଯୋଗ ନିମନ୍ତେ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ୍ ଭୋଟର ସଂଖ୍ୟା ୨,୩୯,୧୫୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ରହିଛନ୍ତି। ନିର୍ବାଚନମଣ୍ଡଳୀରେ ଉଭୟ ଲିଙ୍ଗୀ ୨୯ଜଣ ଭୋଟର ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୂର୍ବରୁ ୨୬୫ ପୋଲିଂ ବୁଥ୍ ଥିବାବେଳେ ଏଥର ଏହା ବୃଦ୍ଧି ପାଇ ମୋଟ୍ ୩୭୩ଟି ବୁଥରେ ଭୋଟ୍ ଗ୍ରହଣ ହେବ। କୋଭିଡ୍ ୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ୧୦୮ଟି ଅଧିକ ବୁଥ୍ ବୃଦ୍ଧି କରିଛନ୍ତି। ଏଥିସହିତ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏସ୍.ଭି.ଏମ୍ କଲେଜ ପରିଦର୍ଶନ କରି ଷ୍ଟ୍ରଙ୍ଗ୍ ରୁମ୍ ଅନୁଧ୍ୟାନ କରିଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଉପନିର୍ବାଚନ ପ୍ରସ୍ତୁତ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କୀୟ ଯେ କୌଣସି ଆପତ୍ତି ଅଭିଯୋଗ ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ପରିଚାଳନା ନିୟନ୍ତ୍ରଣ କକ୍ଷ ଜିଲ୍ଲା କାର୍ଯ୍ୟାଳୟରେ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷର ନିଶୁକ୍ଳ ଟୋଲ୍ ଫ୍ରି ନମ୍ବର – ୧୮୦୦୩୪୫୭୨୭୯ ରେ ଜନସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ଆଜି ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ମାନଙ୍କର ନିର୍ବାଚନୀ ସଭା ଆୟୋଜନ ନିମନ୍ତେ ପଡିଆ ଚିହ୍ନଟ ପାଇଁ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ ଦାସ ଥରେ ମନ୍ତ୍ରୀ ହୋଇଥିଲେ। ସେ ଜଗତସିଂହପୁରରୁ 5ଥର, ତିର୍ତ୍ତୋଳରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ସ୍ବଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଷ୍ଣୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ରକ୍ତ ଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା

ରଞ୍ଜିତ ପଣ୍ଡା
କୁଜଙ୍ଗ : ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣାଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ବ୍ଲକ୍‌ ଅଧ୍ୟକ୍ଷା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ସ୍ଵପ୍ନସରିତା ବଳ ରକ୍ତଦାନ କରିବା ସହିତ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦୁଆଡିଆ ଗ୍ରାମର ଦୁଃଖୀ ପଲ୍ଲାଇ ବି ପଜିଟିଭ୍‌ ଗ୍ରୁପ୍‌ର ରକ୍ତ ପାଇଁ କଟକରେ ଏକ ଘରୋଇ ହସ୍ପିଟାଲରେ ଛଟପଟ ହେଉଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ରଘୁନାଥପୁର ବ୍ଲକ୍‌ ଅଧ୍ୟକ୍ଷା । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଜଗତସିଂହପୁର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକଙ୍କ ସହିତ ଯୋଗାଯୋଗ କରିଥିଲେ । 3 ମାସ ତଳେ ଶ୍ରୀମତି ବଳ ରକ୍ତଦାନ କରିଥିବାରୁ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୁସୁଦନ ସାହୁ ତାଙ୍କ ସହିତ ସମ୍ପର୍କ କରିଥିଲେ ।

ସଂଯୋଜକ ଫୋନ୍ ମାଧ୍ୟମରେ ଜଣାଇବା ପରେ କାଳ ବିଳମ୍ବ ନକରି ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ ଶ୍ରୀମତୀ ବଳ । ସେଠାରେ ପହଞ୍ଚି ସେ ନିଜେ ରକ୍ତ ଦେଇ ଚିକିତ୍ସିତ ହେଉଥିବା ମହିଳାଙ୍କର ଜୀବନ ବଞ୍ଚାଇଥିଲେ । ଏହି ମହାମାରୀ କରୋନା ସମୟରେ ରକ୍ତଦେଇ ଉଦାହରଣ ସାଜିଛନ୍ତି ରଘନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସପ୍ନ ସରିତା ବଳ । ତାଙ୍କର ଏହି ଜନସେବା ମନୋବୃତିକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଇଛି ।

Categories
ଆଞ୍ଚଳିକ

ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପାଇଁ ତିନି ବିଡିଓଙ୍କ ସହିତ ତିର୍ତ୍ତୋଲ ବିଧାୟକଙ୍କ ଆଲୋଚନା

ରଞ୍ଜିତ ପଣ୍ଡା
କୁଜଙ୍ଗ : କୋଭିଡ ୧୯ ସମୟରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି ବ୍ଲକର ପ୍ରବାସୀ ଓଡ଼ିଆ ମାନଙ୍କ ସୁବିଧା ପାଇଁ ଆଗକୁ ବଢିଛନ୍ତି ବିଧାୟକ ବିଷ୍ଣୁ ଦାସ । ତିର୍ତ୍ତୋଲର ତିନି ବ୍ଲକ୍‌ର ବିଡିଓଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ପରେ ସେମାନଙ୍କୁ କିଭଳି କ୍ବାରେଣ୍ଟାଇନ୍‌ରେ ରଖାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଧାୟକ ବିଡିଓଙ୍କ ସହିତ ଆଲୋଚନା କରିଥିଲେ ।
ସେହିପରି ସମସ୍ତ ପଞ୍ଚାୟତର କ୍ବାରେଣ୍ଟାଇନ୍‌ ବ୍ୟବସ୍ଥାର ତଦାରଖ ସ୍ବୟଂ ବିଧାୟକ ନିଜେ କରିବେ ବୋଲି ବିବୃତି ଦେଇଛନ୍ତି । ବିଧାୟକଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ଜୟନ୍ତୀ ସମୟରେ ଏହି ତିନୋଟି ବ୍ଲକ୍‌ରେ ରକ୍ତଦାନ କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ।

Categories
ଆଞ୍ଚଳିକ

ଲକ୍‌ଡାଉନରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀଙ୍କ ପୁଷମାସ: ୨/୩ ଗୁଣା ଚଢା ଦାମରେ ବିକ୍ରି

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଭାରତବର୍ଷ ସହିତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ୍ ୩୦ତାରିଖ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ ମାନୁନାହାନ୍ତି ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀ। ଲକଡାଉନରେ ସମସ୍ତ ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଇ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ କୋଲର ପଞ୍ଚାୟତର ତାର୍ତ୍ତୋଲ ଛକ, ପିପ୍ପଳମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ, କନକପୁର ପଞ୍ଚାୟତର ଶାରଳା ହାଟ, ଝଙ୍କଡ଼ ଶାରଳା ମନ୍ଦିର ନିକଟରେ, ଦଳିଆଛକ ନିକଟସ୍ଥ ଚିକେନ୍ ଦୋକାନ ପାଖରେ, ତରଜଙ୍ଗା ପଞ୍ଚାୟତର ବାଲିପାଟଣା ଛକରେ, ମଣିଜଙ୍ଗା ବଜାରରେ, ଜଗନ୍ନାଥପୁର ପଞ୍ଚାୟତ ସ୍ଥିତ ଜଗନ୍ନାଥପୁର ବଜାରରେ ଏହି ଚୋରା ମଦ ବେପାରୀମାନେ ଦିନରାତି ଖୁଲମଖୁଲା ବେଧଡକ ଭାବେ ବେପାର ଚଲେଇଛନ୍ତି ବୋଲି ଅଭିଯୋଗ ହେଉଛି। ଏମିତିକି ଲକଡାଉନ୍ ହେବା ଦିନଠାରୁ ଉପରୋକ୍ତ ଗାଁ ଗହଳି,ଛକ ବଜାର ମାନଙ୍କରେ ଏହି ଚୋରାମଦ ବେପାରୀମାନେ ମନଇଛା ୨/୩ ଗୁଣା ଅଧିକ ଚଢା ଦରରେ ଗ୍ରାହକଙ୍କୁ ମଦ ବିକ୍ରିକରି ମାଲେମାଲ୍ ହେଉଥିବା ଅଭିଯୋଗ ହେଉଛି । ଏଠି ପ୍ରଶ୍ନ ଉଠୁଛି ଯଦି ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଗୁଡିକ ବନ୍ଦ ରହିଛି ତେବେ ଗାଁ ଗହଳିର ଏହି ଚୋରା ମଦ ବେପାରୀ ମାନେ ଏତେ ପରିମାଣର ମଦ ଆଣୁଛନ୍ତି କେଉଁଠୁ ? ଏପରିକି ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଥିବା କେତେକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନର କର୍ମଚାରୀ ମାନଙ୍କୁ ଏହି ଚୋରା ମଦ ବେପାରୀଙ୍କ ନିକଟକୁ ଯାଇ ଟଙ୍ଗ ଟଙ୍ଗ ହେଉଥିବା ଦେଖିବାକୁ ମିଳୁଛି।

କରୋନା କଟକଣାକୁ ବେଖାତିର କରି ଲକ୍ ଡାଉନ୍ ଚାଲିଥିବା ବେଳେ କେତେକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନୀ ଏହି ଚୋରା ମଦ ଦୋକାନୀଙ୍କ ନିକଟରେ ଭରପୁର୍ ମଦ ଯୋଗାଇ ଦେଉଥିବା ଶୁଣିବାକୁ ମିଳୁଛି। “ଲୁଚିଛି ନା ଗୋଡ ଦୁଇଟା ଦିଶୁଛି” ପରି ଗାଁ ଗହଳିର ଏହି ଚୋରା ମଦ ବେପାରୀଙ୍କ ସହ ତିର୍ତ୍ତୋଲ ଅବକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲକଡାଉନ୍ ବେଳେ ଗ୍ରାମାଞ୍ଚଳରେ ନିଧଡକ ଭାବେ ଚୋରା ମଦ ବିକ୍ରି ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ହେଉଛି। ଗ୍ରାମାଞ୍ଚଳରେ କେବଳ ମଦ ନୁହେଁ ଗଞ୍ଜେଇ ମଧ୍ୟ ଚଢା ଦରରେ ବହୁଳ ବିକ୍ରି ହେଉଥିବା କୁହାଯାଉଛି। ଲୋକେ କହୁଛନ୍ତି ତିର୍ତ୍ତୋଲ ଅବକାରୀ ଅଫିସରଙ୍କ ଠାରୁ ଅଭୟବର ପାଇଥିବା ଏହି ଚୋରା ମଦ ବେପାରୀଙ୍କର ଏବେ ପୁଷମାସ। ଅପରପକ୍ଷରେ ଲକଡାଉନ୍ ସମୟରେ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଗ୍ରାମାଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳ ମାନଙ୍କରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଏହି ମାଦକଦ୍ରବ୍ୟ କାରବାରକୁ ରୋକିବା ପାଇଁ ଜିଲ୍ଲା ଉଚ୍ଚ ପଦାଧିକାରୀଙ୍କ ତରଫରୁ ତଦନ୍ତ କରାଯାଇ ଯଥାଶୀଘ୍ର ଦୃଢ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି।

Categories
ଆଞ୍ଚଳିକ

ବିରିଡିରେ ମାତୃ ସମ୍ମିଳନୀରେ ଯୋଗଦେଲେ ଶିଶୁ ଓ ମହିଳା ସୁରକ୍ଷା ଅଧିକାର ସଦସ୍ୟା

ରଞ୍ଜିତ ପଣ୍ଡା
ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବତିମିରା ଠାରେ ଅଭିଭାବକ ତଥା ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ନାରୀନେତ୍ରୀ ତଥା ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର । ଶିଶୁମାନେ ଦେଶର ଭବିଷ୍ୟତ । ସୁନ୍ଦର ଭାରତ ଗଠନରେ ଏହି ଶିଶୁମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଶିଶୁଙ୍କ ପାଇଁ ବହୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟରେ ଯେ କୌଣସି ଜାଗାରେ ଶିଶୁ ମାନଙ୍କୁ ଅତ୍ୟାଚାର ହେଉଥିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଯଦି ରାଜ୍ୟରେ କେଉଁଠି ଶିଶୁ ନିର୍ଯାତନା ହେଉଛି କିମ୍ବା ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି ତେବେ ଦେୟମୁକ୍ତ ନମ୍ବର 1098ରେ କଲ୍‌ କଲେ 24 ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ । ସମ୍ମାନୀୟ ଅତିଥି ଭାବରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଖୀ ଯୋଜନା ପ୍ରଣୟନ କରାଯାଇଥିବା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 500 ଅଭିଭାବକ ଅଂଶଗ୍ରହଣ କରିଥିଲେ ।

Categories
ଆଞ୍ଚଳିକ ରାଜ୍ୟ ଖବର

ଆଉଟରିଚ୍‌ ପକ୍ଷରୁ କବିତା ଆସର ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ରଞ୍ଜିତ ପଣ୍ଡା
ତିର୍ତୋଲ/ଜଗତସିଂହପୁର : ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ନରୁଆ ଛକ ସାଗବାରିଆ ସ୍ଥିତ ଜ୍ଞାନ ବିକାଶ କ୍ଲବ ପରିସରରେ ଏକ ସାରସ୍ୱତ ବନ୍ଧୁ ମିଳନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ କବି, ଲେଖକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଯୁବ ସମାଜସେବୀ ରଶ୍ମିରଞ୍ଜନ ଚୌଧୁରୀ, ସାମ୍ବାଦିକ ମନୋରଞ୍ଜନ ସାମନ୍ତରାୟ ଓ ଜ୍ଞାନ ବିକାଶ କ୍ଲବର ସମ୍ପାଦକ ମନୋରଞ୍ଜନ ବାରିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।

ସାହିତ୍ୟ ଯୁବବର୍ଗଙ୍କ ପାଖରେ କିଭଳି ଅଧିକ ଆଦୃତ ହେବ ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଆଉଟରିଚ ପକ୍ଷରୁ ଏକ ପତ୍ରିକା ପ୍ରକାଶନ ହେବ ବୋଲି ଶ୍ରୀ ପତି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ ବସନ୍ତ ମଞ୍ଜରୀ ଦାସ ଓ ବୈଦ୍ୟନାଥ ସାହୁ । ସାହିତ୍ୟ ସାଧନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆୟୋଜକଙ୍କ ପକ୍ଷରୁ କବି ଆରତ ଦାସ, ଅପର୍ଣ୍ଣା ଦାସ, ପ୍ରତାପରୁଦ୍ର ସ୍ୱାଇଁ, ହୃଷିକେଶ ଜେନା, ମହେଶ୍ୱର ସ୍ୱାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ତନ୍ମୟ କୁମାର ସେଠୀ, ପ୍ରତାପ ଚନ୍ଦ୍ର ମଲ୍ଲିକ, ମହମ୍ମଦ ମନସୁର ଅଲ୍ଲୀ ଓ ସମୀର ରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଷ୍ମନ୍ତ କୁମାର ଜେନା ଓ ସତ୍ୟବ୍ରତ ପତି ଓ ପ୍ରଭୁତି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Categories
ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ସିଏଏ ବିରୋଧୀ ପ୍ରତିବାଦ ସଭା

ରଞ୍ଜିତ ପଣ୍ଡା
କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ । ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନାଗରିକତ୍ବ ଆଇନକୁ ବିରୋଧ କରି ତିର୍ତ୍ତୋଲର କଟକ ପାରାଦ୍ଵୀପ ରାସ୍ତାରେ ଏକ ଶୋଭାଯାତ୍ରା କରାଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Categories
ଆଞ୍ଚଳିକ ରାଜ୍ୟ ଖବର

ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣ: ନିମ୍ନମାନର କାମ ଅଭିଯୋଗ

ସମୀକ୍ଷା ବ୍ୟୁରୋ
ତିର୍ତ୍ତୋଲ, 25/12 : ତିର୍ତ୍ତୋଲର ମଣିଜଙ୍ଗା ସବ୍‌ଡିଭିଜନ ଅନ୍ତର୍ଗତ ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଖୋସାଲପୁର ବ୍ରିଜ୍‌ ଠାରୁ ତେରଣପୁର ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାରେ ନିମ୍ନମାନର କାମ ହେଉଥିବା ନେଇ ରାହାମା ଅଞ୍ଚଳର ବାସିନ୍ଦା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ କିମିର ଏହି ରାସ୍ତା କାମ ନିମନ୍ତେ 7 ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ କାମରେ ନିମ୍ନମାନର ମୋରମ ଏବଂ ଲୁଣି ବାଲି ବ୍ୟବହୃତ ହେଉଛି। ନିୟମାନୁସାରେ ସାଢେ ପାଞ୍ଚ ଇଞ୍ଚର ମୋରମ ଏବଂ 3 ଇଞ୍ଚର ବାଲି ପଡିବା ଉଚିତ୍ ମାତ୍ର କାର୍ଯ୍ୟ ସମୟରେ ନିୟମ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ  ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ଜେନାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା ବେଳେ ସେ କୌଣସି ତଥ୍ୟ ପ୍ରଦାନ କରିବା ପାଇଁ ମନାକରିବା ସହ କାର୍ଯ୍ୟାଳୟରେ ଭେଟିବା ପାଇଁ କହିଥିଲେ।