ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣ: ନିମ୍ନମାନର କାମ ଅଭିଯୋଗ

Published: Dec 25, 2019, 4:44 pm IST

ସମୀକ୍ଷା ବ୍ୟୁରୋ
ତିର୍ତ୍ତୋଲ, 25/12 : ତିର୍ତ୍ତୋଲର ମଣିଜଙ୍ଗା ସବ୍‌ଡିଭିଜନ ଅନ୍ତର୍ଗତ ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଖୋସାଲପୁର ବ୍ରିଜ୍‌ ଠାରୁ ତେରଣପୁର ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାରେ ନିମ୍ନମାନର କାମ ହେଉଥିବା ନେଇ ରାହାମା ଅଞ୍ଚଳର ବାସିନ୍ଦା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ କିମିର ଏହି ରାସ୍ତା କାମ ନିମନ୍ତେ 7 ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ କାମରେ ନିମ୍ନମାନର ମୋରମ ଏବଂ ଲୁଣି ବାଲି ବ୍ୟବହୃତ ହେଉଛି। ନିୟମାନୁସାରେ ସାଢେ ପାଞ୍ଚ ଇଞ୍ଚର ମୋରମ ଏବଂ 3 ଇଞ୍ଚର ବାଲି ପଡିବା ଉଚିତ୍ ମାତ୍ର କାର୍ଯ୍ୟ ସମୟରେ ନିୟମ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ  ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ଜେନାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା ବେଳେ ସେ କୌଣସି ତଥ୍ୟ ପ୍ରଦାନ କରିବା ପାଇଁ ମନାକରିବା ସହ କାର୍ଯ୍ୟାଳୟରେ ଭେଟିବା ପାଇଁ କହିଥିଲେ।

Related posts