Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଉଟରିଚ୍‌ ପକ୍ଷରୁ କବିତା ଆସର ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ଆଞ୍ଚଳିକ

ଆଉଟରିଚ୍‌ ପକ୍ଷରୁ କବିତା ଆସର ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

January 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
ତିର୍ତୋଲ/ଜଗତସିଂହପୁର : ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ନରୁଆ ଛକ ସାଗବାରିଆ ସ୍ଥିତ ଜ୍ଞାନ ବିକାଶ କ୍ଲବ ପରିସରରେ ଏକ ସାରସ୍ୱତ ବନ୍ଧୁ ମିଳନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ କବି, ଲେଖକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଯୁବ ସମାଜସେବୀ ରଶ୍ମିରଞ୍ଜନ ଚୌଧୁରୀ, ସାମ୍ବାଦିକ ମନୋରଞ୍ଜନ ସାମନ୍ତରାୟ ଓ ଜ୍ଞାନ ବିକାଶ କ୍ଲବର ସମ୍ପାଦକ ମନୋରଞ୍ଜନ ବାରିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।

ସାହିତ୍ୟ ଯୁବବର୍ଗଙ୍କ ପାଖରେ କିଭଳି ଅଧିକ ଆଦୃତ ହେବ ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଆଉଟରିଚ ପକ୍ଷରୁ ଏକ ପତ୍ରିକା ପ୍ରକାଶନ ହେବ ବୋଲି ଶ୍ରୀ ପତି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ ବସନ୍ତ ମଞ୍ଜରୀ ଦାସ ଓ ବୈଦ୍ୟନାଥ ସାହୁ । ସାହିତ୍ୟ ସାଧନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆୟୋଜକଙ୍କ ପକ୍ଷରୁ କବି ଆରତ ଦାସ, ଅପର୍ଣ୍ଣା ଦାସ, ପ୍ରତାପରୁଦ୍ର ସ୍ୱାଇଁ, ହୃଷିକେଶ ଜେନା, ମହେଶ୍ୱର ସ୍ୱାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ତନ୍ମୟ କୁମାର ସେଠୀ, ପ୍ରତାପ ଚନ୍ଦ୍ର ମଲ୍ଲିକ, ମହମ୍ମଦ ମନସୁର ଅଲ୍ଲୀ ଓ ସମୀର ରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଷ୍ମନ୍ତ କୁମାର ଜେନା ଓ ସତ୍ୟବ୍ରତ ପତି ଓ ପ୍ରଭୁତି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

tirtol
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026
Latest News

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.