ଆଉଟରିଚ୍‌ ପକ୍ଷରୁ କବିତା ଆସର ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

Published: Jan 29, 2020, 12:07 pm IST

ରଞ୍ଜିତ ପଣ୍ଡା
ତିର୍ତୋଲ/ଜଗତସିଂହପୁର : ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ନରୁଆ ଛକ ସାଗବାରିଆ ସ୍ଥିତ ଜ୍ଞାନ ବିକାଶ କ୍ଲବ ପରିସରରେ ଏକ ସାରସ୍ୱତ ବନ୍ଧୁ ମିଳନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ କବି, ଲେଖକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଯୁବ ସମାଜସେବୀ ରଶ୍ମିରଞ୍ଜନ ଚୌଧୁରୀ, ସାମ୍ବାଦିକ ମନୋରଞ୍ଜନ ସାମନ୍ତରାୟ ଓ ଜ୍ଞାନ ବିକାଶ କ୍ଲବର ସମ୍ପାଦକ ମନୋରଞ୍ଜନ ବାରିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।

ସାହିତ୍ୟ ଯୁବବର୍ଗଙ୍କ ପାଖରେ କିଭଳି ଅଧିକ ଆଦୃତ ହେବ ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଆଉଟରିଚ ପକ୍ଷରୁ ଏକ ପତ୍ରିକା ପ୍ରକାଶନ ହେବ ବୋଲି ଶ୍ରୀ ପତି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ ବସନ୍ତ ମଞ୍ଜରୀ ଦାସ ଓ ବୈଦ୍ୟନାଥ ସାହୁ । ସାହିତ୍ୟ ସାଧନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆୟୋଜକଙ୍କ ପକ୍ଷରୁ କବି ଆରତ ଦାସ, ଅପର୍ଣ୍ଣା ଦାସ, ପ୍ରତାପରୁଦ୍ର ସ୍ୱାଇଁ, ହୃଷିକେଶ ଜେନା, ମହେଶ୍ୱର ସ୍ୱାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ତନ୍ମୟ କୁମାର ସେଠୀ, ପ୍ରତାପ ଚନ୍ଦ୍ର ମଲ୍ଲିକ, ମହମ୍ମଦ ମନସୁର ଅଲ୍ଲୀ ଓ ସମୀର ରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଷ୍ମନ୍ତ କୁମାର ଜେନା ଓ ସତ୍ୟବ୍ରତ ପତି ଓ ପ୍ରଭୁତି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts