ତିରୁଅନନ୍ତପୁରମ୍ : କେରଳରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲ୍ଲାର ମୁକ୍କମ୍ ପୁଲିସ୍ ଥାନା ନିକଟରେ ବିଫ୍ ତରକାରୀ ସହ ରୁଟିର ବିତରଣ କରିଛନ୍ତି । କେରଳ ପୁଲିସ୍ ତରଫରୁ ପ୍ରସ୍ତୁତ ଖାଦ୍ୟ ତାଲିକାରେ ବିଫ୍କୁ ହଟାଇ ଦେବା ପରେ ଏହାକୁ ନେଇ ଅଭିନବ ପ୍ରତିବାଦ କରିଛି କେରଳ କଂଗ୍ରେସ । ରାଜ୍ୟରେ ପୁଲିସ୍ କ୍ୟାମ୍ପ୍ରେ ପ୍ରଶିକ୍ଷଣ ଆରମ୍ଭ ହେବା ପରେ ନୂଆ ମେନୁ ଜାରି କରାଯାଇଛି ।
ଜଣେ ପୋଲିସ୍ଅ ଧିକାରୀ ଅନୌପଚାରିକ ଭାବରେ କହିଛନ୍ତି ଯେ, ମେନୁରେ ବିଫ୍କୁ ସାମିଲ୍ କରାଯାଇନାହିଁ। କିନ୍ତୁ ଏହା ଉପରେ ପ୍ରତିବନ୍ଧକ ଲାଗିନାହିଁ କିମ୍ବା ଏହାକୁ ଖାଇ ପାରିବ ନାହିଁ ବୋଲି ମଧ୍ୟ କୌଣସି ଆଦେଶ ଜାରି ହୋଇନାହିଁ। ଏହି ଖାଦ୍ୟ ତାଲିକାକୁ ସରକାରୀ ହସ୍ପିଟାଲ୍ର ଡାୟେଟ୍ସିଆନ୍ ପ୍ରସ୍ତୁତି କରିଛନ୍ତି ବୋଲି ପୋଲିସ୍ କହିଥିଲା । ମେନୁରେ ବିଫ୍କୁ ସାମିଲ୍ କରାଯାଇନାହିଁ । ପୂର୍ବରୁ ପୋଲିସ ପ୍ରଶିକ୍ଷଣ କ୍ୟାମ୍ପ୍ ପାଇଁ ପ୍ରସ୍ତୁତ ମେନୁରେ ବିଫ୍କୁ ସାମିଲ୍ କରାଯାଇଥିଲା। ପୂର୍ବରୁ ଥରେ ଏହି ବିଫ୍ ଉପରେ ପ୍ରତିବନ୍ଧକ ଲାଗିଥିବାବେଳେ ରାଜ୍ୟରେ ପିନରାୟ ସରକାର ଆସିବା ପରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା ।