Categories
ଆଜିର ଖବର

ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଭଙ୍ଗାରୁଜା : ୧୦ଜଣ ଅଟକ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଲୋକମାନେ ପଶି ଆଜି ଭଙ୍ଗାରୁଜା କରିଛନ୍ତି। ବାଘମାରୀ ନିକଟସ୍ଥ ଗୋଡିପୋଖରୀ ଗାଁରେ ଜବରଦଖଲ ହୋଇଥିବା ଏକ ସରକାରୀ ଜମି ଉଚ୍ଛେଦ କରିବାକୁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସତ୍ତ୍ବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଲୋକମାନେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଗୋଟିଏ ଗୋଷ୍ଠୀର ଲୋକ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି। ବେଗୁନିଆ ଥାନାରେ ଏକ କେସ ରୁଜୁ ହୋଇଛି।