Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ : 78 ମୃତ, ଚାରି ହଜାରରୁ ଅଧିକ ଆହତ

ବେରୁଟ୍‌ : ଲେବାନନର ରାଜଧାନୀ ବେରୁଟ୍‌ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ 78ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4000ରୁ ଅଧିକ ଆହତ ହୋଇଥିବାର ସୂଚନା ରହିଛି। ତେବେ ଅନେକ ନିଖୋଜ ରହିଥିବାବେଳ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି।

ଗତକାଲି ସନ୍ଧ୍ୟାରେ ବେରୁଟ୍‌ ବନ୍ଦରର ଓ୍ବେୟାର ହାଉସ୍‌ରେ 2,750 ଟନ୍‌ ଓଜନର ଆମୋନିୟମ୍‌ ନାଇଟ୍ରେଟ୍‌ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ବନ୍ଦରଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିବାବେଳେ ଘରଦ୍ବାର, ଗାଡି ମୋଟର, ରାସ୍ତାଘାଟ ଆଦି ନଷ୍ଟ ହୋଇଛି। ବିସ୍ଫୋରଣଠାରୁ ଦୂରରେ ଥିବା କିଛି ଘରର ସିଲିଂ ଝରକା, କବାଟ ଆଦି ନଷ୍ଟ ହୋଇଛି। ଅତ୍ୟଧିକ ଚାପ ଓ ଉତ୍ତାପ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବାର ସୂଚନା ରହିଛି। ଏହି ବିସ୍ଫୋରଣରେ ଲେବାନନ୍‌ର ଗହମ ଷ୍ଟୋର ହାଉସ୍‌ ପୂରା ଧ୍ବଂସ ହୋଇଯାଇଛି। ଭାରତୀୟ ଦୂତାବାସ ତରଫରୁ ଏକ ହେଲପ୍‌ ଲାଇନ୍‌ ନମ୍ବୀ ଜାରି କରାଯାଇଛି। ହେଲ୍ପ ଲାଇନ୍‌ ନମ୍ବର ହେଉଛି –  01741270, 01735922, 01738418। ସେଠାରେ ଅବସ୍ଥାପିତ ଭାରତୀୟଙ୍କ ସାହାଯ୍ୟ ପାଇଁ ଦୂତାବାସ ଏହି ହେଲ୍ପଲାଇନ୍‌ ନମ୍ବର ଜାରି କରିଛି। (ଏଜେନ୍ସି)