Categories
ବିଶେଷ ଖବର ରାଜ୍ୟ ଖବର

ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହେଲା ଓଡିଶାରେ ଭାରତ ବନ୍ଦ, ବେଶୀ ପ୍ରଭାବିତ ହେଲା ବସ୍ ଓ ରେଳ ଯାତ୍ରା, ବର୍ତ୍ତମାନ ଅବସ୍ଥା ସ୍ବାଭାବିକ

ଭୁବନେଶ୍ବର- ସାରା ଓଡିଶାରେ ଭାରତ ବନ୍ଦର ପ୍ରଭାବ ବେଶ୍ ପଡିଛି। ସଂଧ୍ୟା ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନ ଏବଂ କଂଗ୍ରେସ ତରଫରୁ ରାସ୍ତା ରୋକ କରାଯାଇଥିବା ବେଳେ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିଲା। ଆଜି ସକାଳୁ ବିକ୍ଷୋଭକାରୀମାନେ ପ୍ରଥମେ ରେଳ ଚଳାଚଳକୁ ବନ୍ଦ କରି ଦେଇଥିଲେ। ଫଳରେ ଭୁବନେଶ୍ବରରେ ପ୍ରାୟ 6ଟି ଟ୍ରେନ ଅଟକି ରହିଥିବା ବେଳେ ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ବିଭିନ୍ନ ଟ୍ରେନ ଅଟକି ରହିଥିଲା। ବିକ୍ଷୋଭକାରୀମାନେ ଭୁବନେଶ୍ବର ରେଳ ଷ୍ଟେସନ ଭିତରକୁ ଧସେଇ ପରି ରେଳ ଧାରଣା ଉପରେ ବସି ରହିଲେ। ଫଳରେ ରେଳ ବିଭାଗ ସବୁ ଟ୍ରେନ ଚଳାଚଳକୁ ବାତିଲ କରି ଦେଇଥିଲେ। ସେହିପରି ଭୁବନେଶ୍ବରର ବସଷ୍ଟାଣ୍ଡରେ ଅବସ୍ଥା ମଧ୍ୟ ଅନୁରୂପ। ପୂର୍ବରୁ ବନ୍ଦକୁ ଲକ୍ଷ୍ୟ ରଖି ଘରୋଇ ବସ ଚଳାଚଳ କରିବ ନାହିଁ ବୋଲି ସଂଘ ଘୋଷଣା କରିଥିଲା। ଫଳରେ ସେଗୁଡିକ ସବୁ ବନ୍ଦ ଥିଲା। ହେଲେ ସରକାରୀ ବସଗୁଡିକ ମଧ୍ୟ ବନ୍ଦ ଯୋଗୁଁ ଚଳାଚଳ କରିପାରି ନ ଥିଲା। ବିକ୍ଷୋଭକାରୀ ବସଷ୍ଟାଣ୍ଡରେ ଧାରଣା ଦେବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଓଡିଶା କଂଗ୍ରେସ ତରଫରୁ ଭାରତ ବନ୍ଦକୁ ସମର୍ଥନ ଦିଆଯାଇଥିଲା। ଫଳରେ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୟରେ ଏକ ରାଲି ବାହାର କରାଯାଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ ସହିତ ଦରଦାମ ବୃଦ୍ଧି ଏବଂ ମାନ୍ଦା ଅବସ୍ଥା ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ବିଭିନ୍ନ ଜିଲ୍ଲାରେ ମଧ୍ୟ କଂଗ୍ରେସ କର୍ମାମାନେ ଏହି ବିକ୍ଷୋଭ କରି ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ସେହିପରି ବନ୍ଦକୁ ଦୃଷ୍ଟିରେ ରଖି ଘରୋଇ ସ୍କୁଲଗୁଡିକ ପୂର୍ବରୁ ଛୁଟି ଘୋଷଣା କରି ଦେଇଥିଲେ। ହେଲେ ସରକାରୀ ସ୍କୁଲଗୁଡିକ ମଧ୍ୟରେ କେତେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ଅନ୍ୟ ଜିଲ୍ଲାରେ ଖୋଲା ରହିଥିଲା। ହେଲେ ସେଠାକୁ ପିଲାମାନେ ମଧ୍ୟ ଆସିପାରି ନ ଥିଲେ। ଫଳରେ ରାଜ୍ୟର ସମସ୍ତ ସ୍କୁଲକଲେଜ ଏହି ବନ୍ଦରେ ପ୍ରଭାବିତ ହୋଇଛି।

ଆଜି ବନ୍ଦରେ ବିକ୍ଷୋଭକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ପ୍ରଥମେ ଟାର୍ଗେଟ କରିଥିଲେ। ସେମାନେ ଭୁବନେଶ୍ବରରେ ଥିବା ସମସ୍ତ କେନ୍ଦ୍ର ସରକାର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଫଳରେ କର୍ମଚାରୀମାନେ କାମ କରିବାରେ ବାଧା ଉପୁଜିଥିଲା। ସେହିପରି ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କୁ ସକାଳୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସମସ୍ତେ ବନ୍ଦ ପୂର୍ବରୁ ଅଫିସ ଆସିଯାଇଥିଲେ। ଭୁବନେଶ୍ବରରେ ଲୋକସେବା ଭବନ ସହିତ ଅନ୍ୟାନ୍ୟ ଅଫିସ ଠିକଠାକ ଚାଲିଥିଲା। ସର୍ବୋପରି କହିବାକୁ ଗଲେ ଓଡିଶାରେ ବନ୍ଦ ପାଳନ ବେଶ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବନ୍ଦକୁ ସମର୍ଥନ କରି ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ବାମପନ୍ଥୀ ଦଳଙ୍କ ସମେତ 10 ଟ୍ରେଡ୍‌ ୟୁନିଅନ୍‌ ତରଫରୁ ହୋଇଥିବା ଭାରତ ବନ୍ଦକୁ ସମର୍ଥନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ରାହୁଲ୍‌ ଗାନ୍ଧି କହିଛନ୍ତି ଯେ, ସାର୍ବଜନିକ କ୍ଷେତ୍ରର କମ୍ପାନୀ (ପିଏସ୍‌ୟୁ)କୁ ସରକାର ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍‌। ଭାରତ ବନ୍ଦ ପ୍ରଭାବରେ ଆଜି ପଶ୍ଚିମବଙ୍ଗର କିଛି ଟ୍ରେନ୍‌କୁ ରୋକା ଯାଇଛି । ରାହୁଲ୍‌ ଗାନ୍ଧି ଟୁଇଟ୍‌ କରି କହିଛନ୍ତି ଯେ, ମୋଦି-ଶାହାଙ୍କ ଜନବିରୋଧୀ ନୀତି ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ଦେଶରେ ଭୟାବହ ବେରୋଜଗାରୀ ସମସ୍ୟା ସୃଷ୍ଟି ହୋଇଛି । ମୋଦି ପୁଞ୍ଜିପତି ମିତ୍ରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବାବେଳେ ଦେଶରେ ଏଭଳି ସମସ୍ୟା ଉପୁଜିଛି । ଆଜି 25 କୋଟି ଲୋକ ଏହାର ବିରୋଧ କରିଛନ୍ତି । ମୁଁ ସମସ୍ତଙ୍କୁ ସଲାମ୍‌ କରୁଛି ବୋଲି ରାହୁଲ୍‌ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଭାରତ ବନ୍ଦର ପ୍ରଭାବରେ 350 ପଏଣ୍ଟ ତଳକୁ ଖସିଲା ସେୟାର ବଜାର

ମୁମ୍ବାଇ : ଇରାନ୍‌-ଆମେରିକା ତିକ୍ତତା କାରଣରୁ ସୋମବାର ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ମଙ୍ଗଳବାର ପରସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା । ମାତ୍ର ଭାରତ ବନ୍ଦ ପ୍ରଭାବରେ ଆଜି ପୁନର୍ବାର ସେୟାର ବଜାର ତଳକୁ ଖସିବା ସହିତ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ବୁଧବାର ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେନସେକ୍ସ 342 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ 100 ପଏଣ୍ଟ ତଳକୁ ଖସିଛି । ସେନ୍‌ସେକ୍ସ 40554.24 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 11951.35 ପଏଣ୍ଟରେ ରହିଛି । ଏଲ୍‌ଆଣ୍ଡଟିର ଅଂଶଧନ ମୁଲ୍ୟରେ ସର୍ବାଧିକ 1.47 ପ୍ରତିଶତ ହ୍ରାସ ଘଟିଛି । (ଏଜେନ୍ସୀ)

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଭାରତ ବନ୍ଦର ପ୍ରଭାବ ଅନୁଭୂତ, ଟ୍ରେନ ବସ ବନ୍ଦକଲେ ଆନ୍ଦୋଳନକାରୀ

ଭୁବନେଶ୍ବର- ଆଜି ଭାରତ ବନ୍ଦ ଡାକରାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବାରେ ଲାଗିଛି। ଆଜି ସକାଳୁ ସକାଳୁ ବିକ୍ଷୋଭକାରୀମାନେ ରାସ୍ତା ରୋକ ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ଟ୍ରେଡ ୟୁନିୟନଗୁଡିକ ଏହି ଆନ୍ଦୋଳନ ଡାକରା ଦେଇଥିବାରୁ ସବୁ ସ୍ଥାନରେ ବିକ୍ଷୋଭକାରୀ ବନ୍ଦକୁ ସଫଳ କରିବା ଚେଷ୍ଠାରେ ଅଛନ୍ତି। ଆଜି ସକାଳୁ ବିକ୍ଷୋଭକାରୀ ଭୁବନେଶ୍ବର ଷ୍ଟେସନରେ ଆନ୍ଦୋଳନ କରି ବିଭିନ୍ନ ଟ୍ରେନକୁ ଅଟକାଇ ଦେଇଚନ୍ତି। ସେହିପରି ଆନ୍ଦୋଳନକାରୀମାନେ ଲୋକସେବା ଭବନଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାଲି କରି ଦାବୀ ପୁରଣ ନେଇ ସ୍ଲୋଗାନ ଦେଉଚନ୍ତି। ବନ୍ଦ ଡାକରାକୁ ଲକ୍ଷ ରଖି ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।