Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହେଲା ଓଡିଶାରେ ଭାରତ ବନ୍ଦ, ବେଶୀ ପ୍ରଭାବିତ ହେଲା ବସ୍ ଓ ରେଳ ଯାତ୍ରା, ବର୍ତ୍ତମାନ ଅବସ୍ଥା ସ୍ବାଭାବିକ
ରାଜ୍ୟ ଖବର

ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହେଲା ଓଡିଶାରେ ଭାରତ ବନ୍ଦ, ବେଶୀ ପ୍ରଭାବିତ ହେଲା ବସ୍ ଓ ରେଳ ଯାତ୍ରା, ବର୍ତ୍ତମାନ ଅବସ୍ଥା ସ୍ବାଭାବିକ

January 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bharat Bandh in Odisha concluded peacefully

ଭୁବନେଶ୍ବର- ସାରା ଓଡିଶାରେ ଭାରତ ବନ୍ଦର ପ୍ରଭାବ ବେଶ୍ ପଡିଛି। ସଂଧ୍ୟା ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନ ଏବଂ କଂଗ୍ରେସ ତରଫରୁ ରାସ୍ତା ରୋକ କରାଯାଇଥିବା ବେଳେ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିଲା। ଆଜି ସକାଳୁ ବିକ୍ଷୋଭକାରୀମାନେ ପ୍ରଥମେ ରେଳ ଚଳାଚଳକୁ ବନ୍ଦ କରି ଦେଇଥିଲେ। ଫଳରେ ଭୁବନେଶ୍ବରରେ ପ୍ରାୟ 6ଟି ଟ୍ରେନ ଅଟକି ରହିଥିବା ବେଳେ ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ବିଭିନ୍ନ ଟ୍ରେନ ଅଟକି ରହିଥିଲା। ବିକ୍ଷୋଭକାରୀମାନେ ଭୁବନେଶ୍ବର ରେଳ ଷ୍ଟେସନ ଭିତରକୁ ଧସେଇ ପରି ରେଳ ଧାରଣା ଉପରେ ବସି ରହିଲେ। ଫଳରେ ରେଳ ବିଭାଗ ସବୁ ଟ୍ରେନ ଚଳାଚଳକୁ ବାତିଲ କରି ଦେଇଥିଲେ। ସେହିପରି ଭୁବନେଶ୍ବରର ବସଷ୍ଟାଣ୍ଡରେ ଅବସ୍ଥା ମଧ୍ୟ ଅନୁରୂପ। ପୂର୍ବରୁ ବନ୍ଦକୁ ଲକ୍ଷ୍ୟ ରଖି ଘରୋଇ ବସ ଚଳାଚଳ କରିବ ନାହିଁ ବୋଲି ସଂଘ ଘୋଷଣା କରିଥିଲା। ଫଳରେ ସେଗୁଡିକ ସବୁ ବନ୍ଦ ଥିଲା। ହେଲେ ସରକାରୀ ବସଗୁଡିକ ମଧ୍ୟ ବନ୍ଦ ଯୋଗୁଁ ଚଳାଚଳ କରିପାରି ନ ଥିଲା। ବିକ୍ଷୋଭକାରୀ ବସଷ୍ଟାଣ୍ଡରେ ଧାରଣା ଦେବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଓଡିଶା କଂଗ୍ରେସ ତରଫରୁ ଭାରତ ବନ୍ଦକୁ ସମର୍ଥନ ଦିଆଯାଇଥିଲା। ଫଳରେ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୟରେ ଏକ ରାଲି ବାହାର କରାଯାଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ ସହିତ ଦରଦାମ ବୃଦ୍ଧି ଏବଂ ମାନ୍ଦା ଅବସ୍ଥା ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ବିଭିନ୍ନ ଜିଲ୍ଲାରେ ମଧ୍ୟ କଂଗ୍ରେସ କର୍ମାମାନେ ଏହି ବିକ୍ଷୋଭ କରି ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ସେହିପରି ବନ୍ଦକୁ ଦୃଷ୍ଟିରେ ରଖି ଘରୋଇ ସ୍କୁଲଗୁଡିକ ପୂର୍ବରୁ ଛୁଟି ଘୋଷଣା କରି ଦେଇଥିଲେ। ହେଲେ ସରକାରୀ ସ୍କୁଲଗୁଡିକ ମଧ୍ୟରେ କେତେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ଅନ୍ୟ ଜିଲ୍ଲାରେ ଖୋଲା ରହିଥିଲା। ହେଲେ ସେଠାକୁ ପିଲାମାନେ ମଧ୍ୟ ଆସିପାରି ନ ଥିଲେ। ଫଳରେ ରାଜ୍ୟର ସମସ୍ତ ସ୍କୁଲକଲେଜ ଏହି ବନ୍ଦରେ ପ୍ରଭାବିତ ହୋଇଛି।

ଆଜି ବନ୍ଦରେ ବିକ୍ଷୋଭକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ପ୍ରଥମେ ଟାର୍ଗେଟ କରିଥିଲେ। ସେମାନେ ଭୁବନେଶ୍ବରରେ ଥିବା ସମସ୍ତ କେନ୍ଦ୍ର ସରକାର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଫଳରେ କର୍ମଚାରୀମାନେ କାମ କରିବାରେ ବାଧା ଉପୁଜିଥିଲା। ସେହିପରି ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କୁ ସକାଳୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସମସ୍ତେ ବନ୍ଦ ପୂର୍ବରୁ ଅଫିସ ଆସିଯାଇଥିଲେ। ଭୁବନେଶ୍ବରରେ ଲୋକସେବା ଭବନ ସହିତ ଅନ୍ୟାନ୍ୟ ଅଫିସ ଠିକଠାକ ଚାଲିଥିଲା। ସର୍ବୋପରି କହିବାକୁ ଗଲେ ଓଡିଶାରେ ବନ୍ଦ ପାଳନ ବେଶ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଥିଲା।

BharatBandh ଭାରତ ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026
Latest News

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.