Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରୁ କୋରାପୁଟ ଜୟପୁରକୁ ଉଡିବ ବିମାନ, ଟିକେଟ ଦାମ ବହୁତ ଶସ୍ତା

ଭୁବନେଶ୍ବର : ଏଣିକି ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିବ ଯାତ୍ରୀବାହୀ ବିମାନ। ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ବିମାନ ସେବା। ଏହି ବିମାନ ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ଣ ୧୦ଟା ୪୫ରେ ଉଡ଼ାଣ ଭରିବ। ଏହା ଜୟପୁର ବିମାନବନ୍ଦରରେ ୧୨ଟା ୩୦ ରେ ଅବତରଣ କରିବ।

ସେହିପରି ଏହି ବିମାନ ଜୟପୁରରୁ ଅପରାହ୍ଣ ୧ଟା ୨୦ରେ ବାହାରି ଭୁବନେଶ୍ୱରରେ ୩ଟା ୫ରେ ପହଞ୍ଚିବ। ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଉଦ୍‌ଘାଟନ ଅବସରରେ ଯାତ୍ରୀଙ୍କ ଲାଗି ଟିକେଟ୍‌ ଦାମ୍‌ ରହିଛି ମାତ୍ର ୯୯୯ ଟଙ୍କା । ଜିଏସ୍‌ଟିକୁ ମିଶାଇଲେ ଟିକେଟ ପିଛା ଦର ରହିବ ୧୦୪୯ ଟଙ୍କା । ଏହା ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ରହିବ। ଏହି ବିମାନ ୯ ଆସନ ବିଶିଷ୍ଟ ରହିବ।