Categories
ଆଜିର ଖବର

ଆଜିଠାରୁ ଭୁବନେଶ୍ବରରୁ କୋରାପୁଟ ଜୟପୁରକୁ ଉଡିବ ବିମାନ, ଜାଣନ୍ତୁ କେମିତି କରିବେ ବୁକିଂ

ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିବ ଯାତ୍ରୀବାହୀ ବିମାନ। ଆଜି ଏହି ବିମାନ ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ଣ ୧୦ଟା ୪୫ରେ ଉଡ଼ାଣ ଭରିବ। ଏହା ଜୟପୁର ବିମାନବନ୍ଦରରେ ୧୨ଟା ୩୦ ରେ ଅବତରଣ କରିବ।

ସେହିପରି ଏହି ବିମାନ ଆଜି ଜୟପୁରରୁ ଅପରାହ୍ଣ ୧ଟା ୨୦ରେ ବାହାରି ଭୁବନେଶ୍ୱରରେ ୩ଟା ୫ରେ ପହଞ୍ଚିବ। ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଯେଉଁମାନେ ଏଥିରେ ଯିବାକୁ ଚାହୁଁଛନ୍ତି ସେମାନେ ଏହି ସେବା ଦେଉଥିବା ଇଣ୍ଡିଆ ୱାନ ଏୟାର କଂପାନୀ ୱେବସାଇଟକୁ ଯାଇ ବୁକିଂ କରିବାକୁ ପଡିବ। ଯାହା ହେଲା          indiaoneair.com .