Categories
ଆଜିର ଖବର

ଦିନିକିଆ ସିରିଜ୍‌ରୁ ବାଦ ପଡିଲେ ଭୁବନେଶ୍ବର : ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲ ସାମିଲ

ମୁମ୍ବାଇ,14/12 : ଆସନ୍ତା କାଲି ଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ତିନିମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି । ଅନ୍ତିମ ଟି20ରେ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଭୁବନେଶ୍ବର ବାଦ ପଡିବାରୁ ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ଶନିବାର ଭୁବନେଶ୍ବରଙ୍କ ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲଙ୍କୁ ଦଳରେ ସାମିଲ କରାଯାଇଛି । ଭୁବନେଶ୍ବରଙ୍କ ସ୍କାନିଂ କରାଯାଇଥିବା ବେଳେ ଆଘାତ ଗୁରୁତର ନଥିବା ଜଣାପଡିଛି । ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ପୂର୍ବରୁ ଭୁବନେଶ୍ବର ସୁସ୍ଥ ହୋଇଯିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା : ଭୁବନେଶ୍ବର ଓ ସାମିଙ୍କ ପ୍ରତ୍ୟାବର୍ତ୍ତନ

ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି ।

ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର ।

ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ୍‌ ସୁନ୍ଦର, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର । (ଏଜେନ୍ସୀ)