Categories
ଆଜିର ଖବର ଜାତୀୟ ଖବର

ବିହାର ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ : 96.2% ମାର୍କ ରଖି ଟପ୍ପର ହେଲେ ହିମାଂଶୁ ରାଜ୍‌

ପାଟନା :  ଦୀର୍ଘ ଦିନର ଅପେକ୍ଷା ପରେ ବିହାର ଦଶମ ବୋର୍ଡ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି। ଚଳିତ ବର୍ଷ ହିମାଂଶୁ ରାଜ୍‌ ଦଶମ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ 96.2%  ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ସର୍ବମୋଟ 500 ମାର୍କରୁ 481 ମାର୍କ ରଖିଛନ୍ତି। ଚଳିତ ବର୍ଷ ମୋଟ୍‌ 80.59 ପ୍ରତିଶତ ପାସ୍‌ ହୋଇଛନ୍ତି। ଚଳିତ ବର୍ଷ ମୋଟ୍‌ 15,29,393ଜଣ ପରୀକ୍ଷା ଦେଇଥିବାବେଳେ 14,94,071 ଜଣ ପାସ୍‌ କରିଛନ୍ତି। ସେହିପରି ପ୍ରଥମ ଶ୍ରେଣୀରେ 40,3,392 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ବିତୀୟ ଶ୍ରେଣୀରେ 5,2,4217 ଏବଂ ତୃତୀୟ ଶ୍ରେଣୀରେ 2,7,5402 ଜଣ ପାସ୍‌ କରିଛନ୍ତି । (ଏଜେନ୍ସି)