Categories
ଆଞ୍ଚଳିକ

କୋରେଇ ବିଜୁ ଯୁବଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଦେବାଶିଷ ପାଢୀ
କୋରେଇ: ଓଡିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସରେ କୋରେଇ ବିଜୁ ଯୁବଜନତା ଦଳ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବିଜୁ ଯୁବଜନତା ଦଳ ରାଜ୍ୟ ଉପସଭାପତି ପ୍ରୀତି ରଞ୍ଜନ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦିଆଯାଇଥିଲା। ଯାଜପୁର ରୋଡ ଆଦର୍ଶ ଥାନା ଆଇଆଇସି ଅନୀଲ ମହାନ୍ତି ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଲକ୍‌ଡାଉନ୍‌ ପ୍ରଭାବରୁ ଯାଜପୁର ରୋଡ ସିଏଚ୍‌ସିରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ସିଦ୍ଧାର୍ଥ ସାମଲ ଏବଂ ଶିବାନନ୍ଦ କ୍ଲବ୍‌ର ସମ୍ପାଦକ ଟିକିନା ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାରୁ ଭାବରେ ସମ୍ପାଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଜୟନ୍ତୀକୁ ପକ୍ଷବ୍ୟାପୀ ପାଳନ କରିବ ବିଜେଡି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପ୍ରବାଦ ପୁରୁଷ ରାଷ୍ଟ୍ରନୀତିଜ୍ଞ ତଥା ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ଏକ ପକ୍ଷ ବ୍ୟାପୀ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ 5 ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମଦିବସକୁ 15 ଦିନ ବ୍ୟାପି ଶୁଭେଚ୍ଛୁ ଏବଂ ଜନସାଧାରଣଙ୍କ ସହିତ ପାଳନ କରିବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଜୁ ଜୟନ୍ତୀ ଅବସରରେ ବିଜେଡି ରାଜ୍ୟରେ 20 ବର୍ଷ ପୂରଣ କରିବାକୁ ଯାଉଛି । ବିଜୁ ଜୟନ୍ତୀ ଅବସରରେ ଓଡିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏହା ସହିତ ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ବିଜୁ ଜୟନ୍ତୀ ଅବସରରେ ମାର୍ଚ୍ଚ 8ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ମାନଙ୍କୁ ନେଇ ଏକ ସମ୍ମିଳନୀ କରାଯିବା ସହିତ ବିଭିନ୍ନ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ଦଳର ଛାମୁଆ ସଙ୍ଗଠନ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ସମୟରେ ମାର୍ଚ୍ଚ 5ରୁ ଏପ୍ରିଲ 17 ତାରିଖ ପର୍ଯ୍ୟନ୍ତ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ ।