Categories
ଆଜିର ଖବର ଜାତୀୟ ଖବର

ବିପିନ ରାୱାତଙ୍କ ସମେତ ଅନ୍ୟମାନଙ୍କୁ ଶେଷ ସମ୍ମାନ ଜଣାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ 11ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ନୀଳଗିରି ଜିଲ୍ଲାର ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ସମସ୍ତଙ୍କ ଶବଧାରରେ ପୁଷ୍ପମାଳ ପ୍ରଦାନ କରିଛନ୍ତି।

ଆଜି ସକାଳେ 13 ଟି ମୃତଦେହଗୁଡିକୁ ତାମିଲନାଡୁର ନୀଳଗିରି ଜିଲ୍ଲାର ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରୁ ମାଡ୍ରାସ ରେଜିମେଣ୍ଟାଲ୍ ସେଣ୍ଟରକୁ ଅଣାଯାଇଥିଲା। ସେଠାରେ ଶେଷ ମେଲିଟାରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଗତକାଲି ସେନା ହେଲିକାପ୍ଟର ଦୁର୍ଘଟଣା ଗସ୍ତ ହେବା ଦ୍ବାରା ମୋଟ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ଘଟିଥିଲା। ଏକମାତ୍ର ବଞ୍ଚିଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ୱେଲିଙ୍ଗଟନ୍ ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

 

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଦିଲ୍ଲୀରେ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ କରାଯିବ ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଶେଷକୃତ୍ୟ କରାଯିବ। ତାଙ୍କର ମୃତଦେହ ଆଜି ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହାପୂର୍ବରୁ ଆଜି ୱେଲିଙ୍ଗଟନ୍‌ର ମାଡ୍ରାସ ରେଜିମେଣ୍ଟାଲ୍ ସେଣ୍ଟରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ପାଇଁ ଆର୍ମି ଷ୍ଟାଫ୍ ମୁଖ୍ୟ ଏମ୍ ନାରାଭାନେ, ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧରୀ ଏବଂ ନୈସେନା ମୁଖ୍ୟ ଆଡମିରାଲ ହରି କୁମାର ଆଜି ସକାଳେ ୱେଲିଙ୍ଗଟନରେ ପହଞ୍ଚିଛନ୍ତି। ଏହା ପରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ ଅଣାଯିବ। ଆସନ୍ତାକାଲି ମୃତଦେହକୁ ନୂଆଦିଲ୍ଲୀର ଜେନେରାଲ ରାୱତଙ୍କ ବାସଭବନରେ ରଖାଯିବ। ସେଠାରେ ଲୋକମାନେ ସକାଳ 11 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିବେ ପାରିବେ।

ଗତକାଲି ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ 11 ଜଣଙ୍କର ମୃତ୍ୟୁ ଘଟିଛି। ଜେନେରାଲ ରାୱତ ଏବଂ ଅନ୍ୟ 13 ଜଣଙ୍କୁ ନେଇ ଯାଉଥିବା ଏକ ମି -17 ଭି -5 ହେଲିକପ୍ଟର ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରୁରେ ବାୟୁସେନା ଷ୍ଟେସନରୁ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ନିର୍ଦ୍ଦେଶ ଦେଇଛି। ଏହି ଦୁର୍ଘଟଣାରୁ ବଞ୍ଚିଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦେଶର ପ୍ରଥମ ଚିଫ ଡିଫେନସ ଷ୍ଟାଫ ଜେନେରାଲ୍ ବିପିନ ରାୱତ 31 ଡିସେମ୍ବର 2016 ରୁ 31 ଡିସେମ୍ବର 2019 ପର୍ଯ୍ୟନ୍ତ ସେନା ମୁଖ୍ୟ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସେନାମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କଲେ ନରାଓ୍ବଣେ

ନୂଆଦିଲ୍ଲୀ,31/12 : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିପିନ୍‌ ରାଓ୍ବତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଙ୍ଗଳବାର ଦିନ ନରାଓ୍ବଣେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର 28ତମ ସ୍ଥଳସେନା ମୁଖ୍ୟ ହୋଇଛନ୍ତି ନରାଓ୍ବଣେ । ସେନାର ଉପ ମୁଖ୍ୟ ରହିଥିବା ନରାଓ୍ବଣେ ଉତ୍ତର ପୂର୍ବାଞ୍ଚଳ ଏବଂ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିଲେ । ନରାଓ୍ବଣେ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଇଷ୍ଟର୍ଣ୍ଣ କମାଣ୍ଡ ଅଧୀନରେ 4 ହଜାର କିମିର ସୀମା ରହିଥିଲା ଯାହାକି ଚୀନ୍‌ ସହିତ ସଞ୍ଜୁକ୍ତ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ଙ୍କୁ ସିଡିଏସ୍‌ ଅଧ୍ୟକ୍ଷ ପଦବୀକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,30/12 : ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବରେ ବିପିନ୍‌ ରାଓ୍ବତ୍‌ଙ୍କୁ ନିଯୁକ୍ତିକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆସନ୍ତା କାଲି ନିଜ ଦାୟିତ୍ବରୁ ରାଓ୍ବତ୍‌ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ୍‌ ନେଇ ଘୋଷଣା କରିଥିବା ବେଳେ ଏହି ଦୌଡରେ ରାଓ୍ବତ୍‌ ଆଗୁଆ ରହିଥିଲେ । ସୋମବାର କେନ୍ଦ୍ର କ୍ୟାବିନେଟ ପକ୍ଷରୁ ରାଓ୍ବତ୍‌ଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦେଶର ତିନି ସେନାବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ରାଓ୍ବତ୍‌ଙ୍କ ମୁଖ୍ୟ କାର୍ଯ୍ୟ ରହିବ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ଆଣ୍ଟିଟ୍ୟାଙ୍କ ମିଶାଇଲ ସ୍ପାଇକ୍‌ ଏଲ୍‌ ଆରର ସଫଳ ପରୀକ୍ଷଣ

ଭୋପାଳ,28/11: ଭାରତୀୟ ସେନା ପକ୍ଷରୁ ଏକ ଆଣ୍ଟିଟ୍ୟାଙ୍କ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି । ଦୂରଗାମୀ ରେଞ୍ଜର ଏହି ଆଣ୍ଟିଟ୍ୟାଙ୍କ ମିଶାଇଲ୍‌ର ପରୀକ୍ଷଣ ମଧ୍ୟପ୍ରଦେଶର ମୋହରେ ହୋଇଥିଲା । ଏହି ପରୀକ୍ଷଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଉପସ୍ଥିତ ରହିଥିଲେ । ଗୁରୁବାର ସେନା ପକ୍ଷରୁ ଦୁଇଟି ଦୂରଗାମୀ ଆଣ୍ଟି ଟ୍ୟାଙ୍କ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଥିଲା । ଦୁଇଟି ମିଶାଇଲ୍‌ 90 ପ୍ରତିଶତ ଲକ୍ଷ୍ୟ ଭେଦରେ ସଫଳ ହୋଇଛି । ଏହି ପରୀକ୍ଷଣ ପରେ ଯଦି ଭାରତ ଏହାକୁ ସେନାବାହିନୀରେ ସାମିଲ କରେ ତେବେ 33ତମ ରାଷ୍ଟ୍ର ଭାବରେ ସ୍ପାଇକ୍‌ ଏଲ୍‌ କ୍ଷେପଣାସ୍ତ୍ର ବ୍ୟବହାର କରିବ ।