Categories
ଆଜିର ଖବର

୩୨ ବର୍ଷରେ ‘ଟାରଜନ୍’ ଗାର୍ଲ  ଆୟେଶା

ବଲିଉଡ ଅଭିନେତ୍ରୀ ଆୟେଶା ଟିକିଆଙ୍କ ଆଜି ହେଉଛି ୩୨ତମ ଜନ୍ମଦିବସ। ‘ଟାରଜନ୍‌ ଦ ଓ୍ବଣ୍ଡର୍‌ କାର୍‌’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀଜଣକ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନବାଗତାର ପୁରସ୍କାର ମଧ୍ୟ ହାତେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ‘ଡୋର୍‌’ ଫିଲ୍ମରେ ଏକ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ମଧ୍ୟ ସ୍କ୍ରିନ୍‌ ଆଓ୍ବର୍ଡର ଶ୍ରେଷ୍ଠ ଅଭିନେତ୍ରୀ (କ୍ରଟିକ୍‌) ର ପୁରସ୍କାର ହାତେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଓ୍ବାଣ୍ଟେଡ୍‌’ରେ ନଜର ଆସିଥିଲେ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଦିଲ୍‌ ମାଙ୍ଗେ ମୋର୍‌, ’ସଲାମ୍‌ ଇ  ଈଶ୍କ,’ କ୍ୟା ଲଭ୍‌ ଷ୍ଟୋରୀ ହୈ, ଫୁଲ୍‌ ଏଣ୍ଡ୍‌ ଫାଇନାଲ୍‌,  କ୍ୟାସ୍‌, ବ୍ଲଡ୍‌ ବ୍ରଦର୍ସ, ନୋ ସ୍କୋକିଂ, ‘ସନ୍‌ଡେ’,  ‘ଦେ ତାଲି’, ‘ପାଠଶାଳା’ ‘ମୋଡ଼’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ୨୦୦୯ରେ ସେ ଫରହାନ୍‌ ଅଜ୍‌ମୀଙ୍କୁ ବିବାହ କରିଛନ୍ତି। ପରବର୍ତ୍ତୀ ସମୟରେ ’ସୁର କ୍ଷେତ୍ର’ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’କୁ ମଧ୍ୟ ହୋଷ୍ଟ କରିଛନ୍ତି। ତେବେ ବିବାହ ପରେ  ପରେ ସେ ଫିଲ୍ମଦୁନିଆରୁ ପ୍ରାୟତଃ ଦୂରେଇ ଯାଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )