Categories
ଆଜିର ଖବର ଜାତୀୟ ଖବର

ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ବିଜେପି

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ ଊଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ଉତ୍ତର ଦିଞ୍ଜାପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁହାଯାଇଛି  ।  ଏହି ହତ୍ୟା ପଛରେ ଶାସକ ଟିଏମସିର ହାତ ରହିଥିବାର ଦାବି କରିଛି ବିଜେପି ।

ବିଜେପିର ବରିଷ୍ଠ ନେତା ସାୟନ୍ତନ ବାସୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଯଦି ନିର୍ବାଚିତ ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକମାନେ କିପରି ସୁରକ୍ଷିତ ରହିବେ । ବିଜେପି ବିଧାୟକ ଦେବନ୍ଦ୍ର ନାଥ ରୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବାସୁ । ସେହିପରି ବିଜେପରି ଜାତୀୟ ସମ୍ପାଦକ କୈଳାସ ବିଜୟବର୍ଗୀୟ ମଧ୍ୟ ରାୟଙ୍କ ହତ୍ୟା କରାଯାଇଛି ବୋଲି ଟୁଇଟ୍‌ କରିଛନ୍ତି ।