Categories
ଆଜିର ଖବର

ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ : ନିର୍ବାଚନ ମଇଦାନରେ 221 ପ୍ରାର୍ଥୀ

ରାଞ୍ଚି,16/12: ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । 15ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ 23 ଜଣ ମହିଳା ରହିଛନ୍ତି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ବୋକାରୋ ବିଧାନସଭା ଆସନରେ ସର୍ବାଧିକ 25 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ନିର୍ସା ଆସନରେ ସର୍ବନିମ୍ନ 8 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । 15ଟି ଆସନ ମଧ୍ୟରୁ 12ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦେଓଘର, ଗିରିଧ୍‌ ,ବୋକାରୋ ଏବଂ ଧାନବାଦ ଆସନ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । (ଏଜେନ୍ସୀ)