Categories
ଆଜିର ଖବର ଜାତୀୟ ଖବର

NEWSWEEK ର କଭର ପେଜରେ ନରେନ୍ଦ୍ର ମୋଦୀ: ଇନ୍ଦିରା ଗାନ୍ଧୀଙ୍କ ପରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା NEWSWEEK ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର କଭର ପେଜରେ ସ୍ଥାନ ଦେଇଛି। ଇନ୍ଦିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ, ଯାହାକୁ NEWSWEEK ଏହାର କଭର ପେଜରେ ସ୍ଥାନ ଦେଇଛି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ଏବଂ ପାକିସ୍ତାନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତର ଭବିଷ୍ୟତର ରୋଡ୍ ମ୍ୟାପ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ, ଆମ ସୀମାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପରିସ୍ଥିତିକୁ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ, ଯାହା ଦ୍ଵାରା ଆମର ଦ୍ୱିପାକ୍ଷିକ ଆଲୋଚନାରେ ଅସ୍ୱାଭାବିକ ପରିସ୍ଥିତି ଶେଷ ହୋଇପାରିବ। କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ଵ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ଆଶା କରେ ଏବଂ ବିଶ୍ବାସ କରେ ଯେ, କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ଏବଂ ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ସହିତ ଆମେ ଆମର ସୀମା ଉପରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବୁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଭାରତ ଏବଂ ଚୀନ୍ ଅନେକ ଗୋଷ୍ଠୀର ସଦସ୍ୟ। କ୍ୱାଡ୍ ର ଉଦ୍ଦେଶ୍ୟ କୌଣସି ଦେଶ ବିରୁଦ୍ଧରେ ନୁହେଁ। SCO, BRICS ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଗୋଷ୍ଠୀ ପରି, କ୍ୱାଡ୍ ମଧ୍ୟ ଏକ ସମାନ ଚିନ୍ତାଧାରା ବିଶିଷ୍ଟ ଦେଶର ଏକ ଗୋଷ୍ଠୀ, ଏକ ସାଧାରଣ ସକରାତ୍ମକ ଏଜେଣ୍ଡା ଉପରେ କାର୍ଯ୍ୟ କରେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।

ଉଭୟ ନେତା ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବିଷୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ବିକାଶକୁ ସକାରାତ୍ମକ ଭାବରେ ଆକଳନ କରିଥିଲେ ଏବଂ ଭାରତ-ରୁଷିଆ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବାକୁ ରାଜି ହୋଇଥିଲ ।

ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ ୨୦୨୪ ରେ ବ୍ରିକ୍ସରେ ରୁଷିଆର ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ 15 ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ  ଗତକାଲି ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ଆବି ଅହମ୍ମଦ ଅଲିଙ୍କୁ ସାକ୍ଷାତ କରିଛନ୍ତି।

ଉଭୟ ନେତା ବିକାଶରେ ସହଭାଗୀତା ଏବଂ ଦକ୍ଷତା ବିକାଶ, ବାଣିଜ୍ୟ ଓ ପୁଞ୍ଜି ନିବେଶ, ପ୍ରତିରକ୍ଷା ସହଯୋଗ, ଆଇସିଟି, କୃଷି, ଯୁବପିଢୀଙ୍କ ଦକ୍ଷତା ଏବଂ ଜନ- ଜନଙ୍କ ସମ୍ପର୍କ ସହିତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ ଫଳପ୍ରଦ ଆଲୋଚନା କରିଥିଲେ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ବ୍ରିକ୍ସରେ ଇଥିଓପିଆର ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ, ଆବି ଅହମ୍ମଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

ବ୍ରିକ୍ସ ପରିବାରରେ ଯୋଗଦେବା ପାଇଁ ଇଥିଓପିଆକୁ ଭାରତର ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଇଥିଓପିଆ ଏବଂ ଗ୍ଲୋବାଲ ସାଉଥ ପାଇଁ ଏକ ଗର୍ବ ଓ ପ୍ରେରଣାର ମୁହୂର୍ତ୍ତ ବୋଲି କହିଥିଲେ।