Categories
ଆଜିର ଖବର

ମୃତ୍ୟୁ ସଂଖ୍ୟା ଗଣିବା ଆମ କାମ ନୁହେଁ, ଆକ୍ରମଣ କରିବା ଆମ କାମ: ବିଏସ୍‌ ଧାନୋଆ

ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ରାଜନୀତି ବେଶ୍‌ ସରଗରମ ରହିଛି । ବିରୋଧୀ ଏହାର ପ୍ରମାଣ ସ୍ୱରୂପ ଏହି ଏୟାର୍‌ ଷ୍ଟ୍ରାଇକ୍‌ର ବିସ୍ତୃତ ବିବରଣୀ ଚାହୁଁଛନ୍ତି ଏବଂ ଏହାର ଜବାବ ରଖୁଛି ସରକାର । ତେବେ ଏହି ସମୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍‌ ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧାନୋଆ। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଭାରତୀୟ ସେନା ସବୁ ପ୍ରତିକୂଳ ପରିସ୍ଥିତିର ଯବାବ ଦେବାକୁ ଶକ୍ତି ରଖିଛି। ହେଲେ ପାକିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ କେତେଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଆମର କାମ ହେଲା ଲକ୍ଷ୍ୟ ଭେଦ କରିବା ମୃତଦେହ ଗଣିବା ନୁହେଁ। ତେବେ ଭାରତ ସରକାରଙ୍କ ପାଖରେ ଏହାର ସଠିକ୍‌ ଜବାବ ରହିଛି ବୋଲି ସେ କହିଛନ୍ତି । ଯଦି ଆକ୍ରମଣ ହୋଇନାହିଁ, ତେବେ ପାକିସ୍ତାନ ପ୍ରତି ଆକ୍ରମଣ କ’ଣ ପାଇଁ କଲା ବୋଲି ଧାନୋଆ କହିଛନ୍ତି ।