Categories
ଆଜିର ଖବର

ଶ୍ରୀମନ୍ଦିର ପରିଚାଳନା ବୈଠକ, ୧୦୨ କୋଟିର ବଜେଟ୍‌ ଉପସ୍ଥାପିତ

ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିନ ୧୧ଟାରେ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ ଦିବ୍ୟ ସଂହଦେଓ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ବଜେଟ ଉପସ୍ଥାପନ କରାଯାଇଛି। ଗଜପତି ମହାରାଜା ୧୦୨ କୋଟିର ବଜେଟ୍‌ ଉପସ୍ଥାପନା କରିଛନ୍ତି। ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ସହିତ ଦାନ ଅର୍ଥ ବଢାଇବା ପାଇଁ ବଜେଟରେ ନିଷ୍ପତ୍ତି ହୋଇଛି। ୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଖର୍ଚ୍ଚ ହେବ ଏବଂ ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରାରେ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗଜପତିଙ୍କ ପାରିତୋଷିକ ବାବଦକୁ ବାର୍ଷିକ ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୃଦ୍ଧି ଓ ଶ୍ରୀମନ୍ଦିରରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ମଧ୍ୟ କରାଯାଇଛି।