Categories
ଆଜିର ଖବର ଜାତୀୟ ଖବର

ଦୁଇଟି ପୃଥକ ଦୁର୍ଘଟଣାରେ 5 ପ୍ରବାସୀ ଶ୍ରମିକ ମୃତ

ବୁଲନ୍ଦସହର : ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଦୁଇଟି ପୃଥକ ଦୁର୍ଘଟଣାରେ 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକ୍‌ଡାଉନ୍‌କୁ ଦୁଇ ମାସ ପୁରିବାକୁ ବସିଥିବା ବେଳେ ପ୍ରବାସୀଙ୍କ ଦୁଃଖ ସରୁନାହିଁ । ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଭ୍ୟାନ୍‌ଟି ଓଲଟି ପଡିବାରୁ ଦୁଇ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଭ୍ୟାନ୍‌ଟି ଏକ ଇଲେକ୍ଟ୍ରିକ୍‌ ପୋଲ୍‌ରେ ଧକ୍କା ହେବା ସହିତ ଓଲଟି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଶ୍ରମିକ ମାନେ ସୁରଟରୁ ବିଜ୍‌ନୋର ପର୍ଯ୍ୟନ୍ତ ଫେରୁଥିଲେ ।

ସେହିପରି ଅନ୍ୟ ଏକ ଘଟଣାରେ ଆଉ ତିନି ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଦିଲ୍ଲୀରୁ ବଦାଉଁ ଫେରୁଥିବା ବେଳେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯିବାରୁ ତିନି ଜଣ ପ୍ରାଣ ହରାଇଛନ୍ତି । ମିର୍ଜାପୁରରେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତା ରୂପ ଦିଆନଯାଉ : ଉଦ୍ଧବ

ମୁମ୍ବାଇ : ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତାର ରୂପ ନଦେବା ପାଇଁ ମତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମତ ଦେଇଛନ୍ତି । ମହାରାଷ୍ଟ୍ରର ପାଲଗଡରେ ଘଟିଥିବା ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍‌ କରି କହିଛନ୍ତି ଉଦ୍ଧବ ଠାକ୍‌ରେ । ବୁଲନ୍ଦ ସହରରେ ଘଟିଥିବା ଘଟଣା ଅତ୍ୟନ୍ତ ଅମାନବୀୟ ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟେ ତା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ଉଦ୍ଧବ କହିଛନ୍ତି । ଏପରିକି ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଖାଇବା ମିଳୁନଥିବା ଅଭିଯୋଗ କରି କ୍ବାରାଣ୍ଟାଇନ୍‌ ସେଣ୍ଟରରୁ 16 ଫେରାର

ବୁଲନ୍ଦସହର : କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି 16 ଜଣ ବ୍ୟକ୍ତି । ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରି ଏହି 16 ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଛି । 16 ଜଣ ବ୍ୟକ୍ତି ଏକ ଭିଡିଓ ସୁଟିଂ କରି ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରିବା ସହିତ ପଳାୟନ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ୍‌ ତନ୍ମଧ୍ୟରୁ 11 ଜଣଙ୍କୁ ଧରି ପୁନର୍ବାର କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ 5 ଜଣ ଫେରାର ଅଛନ୍ତି । ଫେରାର ଥିବା ଅନ୍ୟମାନେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନ ପହଞ୍ଚିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାବିସ୍ବାମୀଙ୍କ ସହଯୋଗୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା

ଲକ୍ଷ୍ନୌ : ଦେଶରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସାହାଯ୍ୟ ପାଇଁ ଆସିଥିବା ତିନି ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ଯୁବତୀ ଜଣକ ଟ୍ରେନ୍‌ରେ ଯାଉଥିବା ବେଳେ ସିଟ୍‌କୁ ନେଇ ସମସ୍ୟା ଦେଖାଦେବାରୁ ସେ ନିଜର ଭାବିସ୍ବାମୀଙ୍କୁ ଫୋନ୍‌ କରିଥିଲେ । ଭାବିସ୍ବାମୀଙ୍କ ତିନି ସହଯୋଗୀ ସହାୟତା ପାଇଁ ଆସିଥିଲେ ମଧ୍ୟ ଯୁବତୀଙ୍କୁ ଗଣ ବଳାତ୍କାର କରିଥିଲେ । ଗାଜିଆବାଦରେ ଅବସ୍ଥାନ କରୁଥିବା ଏହି ଯୁବତୀ ଜଣକ ଉତ୍ତର ପ୍ରଦେଶର ଆର୍ଣ୍ଣିଆ ଜିଲ୍ଲାର । ବୁଧବାର ରାତିରେ ଆର୍ଣ୍ଣିଆରୁ ଗାଜିଆବାଦ ଯାଉଥିବା ସମୟରେ ବର୍ରେ ଷ୍ଟେସନ୍‌ରେ ଏହି ଘଟଣା ଘଟିଥିଲା । ଯୁବତୀ ଜଣଙ୍କୁ ସିଟ୍‌ ମିଳିନଥିବାରୁ ତାଙ୍କୁ ତିନି ଯୁବକ ବାଇକ୍‌ରେ ନେଇଥିଲେ ଏବଂ ଅଧାରାସ୍ତାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ । ଜଣେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।