ଭାବିସ୍ବାମୀଙ୍କ ସହଯୋଗୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା

Published: Feb 21, 2020, 8:43 pm IST

ଲକ୍ଷ୍ନୌ : ଦେଶରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସାହାଯ୍ୟ ପାଇଁ ଆସିଥିବା ତିନି ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ଯୁବତୀ ଜଣକ ଟ୍ରେନ୍‌ରେ ଯାଉଥିବା ବେଳେ ସିଟ୍‌କୁ ନେଇ ସମସ୍ୟା ଦେଖାଦେବାରୁ ସେ ନିଜର ଭାବିସ୍ବାମୀଙ୍କୁ ଫୋନ୍‌ କରିଥିଲେ । ଭାବିସ୍ବାମୀଙ୍କ ତିନି ସହଯୋଗୀ ସହାୟତା ପାଇଁ ଆସିଥିଲେ ମଧ୍ୟ ଯୁବତୀଙ୍କୁ ଗଣ ବଳାତ୍କାର କରିଥିଲେ । ଗାଜିଆବାଦରେ ଅବସ୍ଥାନ କରୁଥିବା ଏହି ଯୁବତୀ ଜଣକ ଉତ୍ତର ପ୍ରଦେଶର ଆର୍ଣ୍ଣିଆ ଜିଲ୍ଲାର । ବୁଧବାର ରାତିରେ ଆର୍ଣ୍ଣିଆରୁ ଗାଜିଆବାଦ ଯାଉଥିବା ସମୟରେ ବର୍ରେ ଷ୍ଟେସନ୍‌ରେ ଏହି ଘଟଣା ଘଟିଥିଲା । ଯୁବତୀ ଜଣଙ୍କୁ ସିଟ୍‌ ମିଳିନଥିବାରୁ ତାଙ୍କୁ ତିନି ଯୁବକ ବାଇକ୍‌ରେ ନେଇଥିଲେ ଏବଂ ଅଧାରାସ୍ତାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ । ଜଣେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।

Related posts