Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାଜପୁର ବସ ଦୁର୍ଘଟଣା: ଆହତମାନଙ୍କୁ ଭେଟିଲେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ରାତିରେ ଘଟିଥିବା ମର୍ମୁନ୍ତୁଦ ବସ ଦୁର୍ଘଟଣାର ଆହତମାନଙ୍କୁ କଟକ ଏସସିବି ଡାକ୍ତରଖାନାରେ ଭେଟିଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଡି ସକାଳୁ ସେ ହସପିଟାଲ ଯାଇ ସେଠାରେ ଚିକିତ୍ସା ସୁବିଧା ପଚାରି ବୁଝିଛନ୍ତି। ସେମାନଙ୍କ ଚିକିତ୍ସାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ହସପିଟାଲ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି।

ବର୍ତ୍ତମାନ ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46 ଜଣଙ୍କୁ କଟକରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ 5 ଜଣ ଯାତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବସଟି ଗତକାଲି ପୁରୀରୁ କୋଲକତା ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାଜପୁରସ୍ଥିତ ଧର୍ମଶାଳା ନିକଟରେ ଏକ ବ୍ରିଜ ତଳକୁ ଖସିପଡିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବ୍ରିଜ ତଳକୁ ଖସିଲା ବସ, ପାଞ୍ଚ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ସଂଧ୍ୟାରେ ଯାଜପୁରର ଧର୍ମଶାଳା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପୁରୀରୁ କୋଲକତା ଯାଉଥିବା ବସଟି ଏନଏଚ 6 ବାରବାଟୀ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା।ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଥିବା କେତେକ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଏସପି ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେଠାରେ 16ଟି ଆମ୍ବୁଲାନସ ନିୟୋଜିତ କରାଯାଇଥିବା ଜଣାପଡିଛି। ଏଥିସହିତ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି। ବସଟିର ନାମ କାଳିଆ ନନା ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

BIG BREAKING: ବଡ ଦୁର୍ଘଟଣାରୁ ବର୍ତ୍ତିଲା ଅନୁଗୁଳ ବସ, ମହାନଦୀ ବ୍ରିଜ ଭାଙ୍ଗି ଓହଳିଗଲା

ଭୁବନେଶ୍ବର: ଆଜି ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି। ଯାତ୍ରୀ ନେଇ ଯାଉଥିବା ଏକ ବସ ନିୟନ୍ତ୍ରଣ ହରାଇ ଏକ ବ୍ରିଜ ଭାଙ୍ଗି ଅଧା ଓହଳି ଗଲା। ଭାଗ୍ୟ ଭଲ ବସଟି ନଦୀ ଭିତରକୁ ଖସିପଡି ନାହିଁ। ବସର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ବସରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଘଟଣାରୁ ଜଣାପଡିଛି ଯେ, ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ନିଗମ ବସଟି କଟକ ବାଙ୍କି ନିକଟସ୍ଥ ମହାନଦୀର ଜଟାମୁଣ୍ଡାଇ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇଥିଲା। ଫଳରେ ବସଟି ବ୍ରିଜ ଭାଙ୍ଗି ନଦୀଆଡକୁ ଖସିବା ପରେ ଅବସ୍ଥାକୁ ଆସିଯାଇଥିଲା। ଏହି ଖବର ପାଇବାର ପରେ ଡମପଡା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବସ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର, କେନ୍ଦୁଝରରେ ଏକ ଯାତ୍ରୀବାହୀ ବସ ଉପରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକ ଖସି ପଡିଛି। ଘଟଣାରୁ ଜଣାପଡିଛି ଯେ, ମୟୁରଭଞ୍ଜ କରଞ୍ଜିଆରୁ OD 05-F 6899,(ପଦ୍ମାବତୀ) ନମ୍ବର ବିଶିଷ୍ଠ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବାସ ଉପରେ ପଡିଥିଲା।

ସୌଭାଗ୍ୟ ବଶତଃ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଟ୍ରକ ଡ୍ରାଇଭର ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ବସ ର କଣ୍ଡକ୍ଟର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି।ଖବର ପାଇ ଘଷିପୁରା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଁଚି ଆହତ ମାନଙ୍କୁ ଡାକ୍ତର ଖାନାରେ ଭର୍ତି କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Categories
ଆଜିର ଖବର

ନେପାଳରେ ସଡକ ଦୁର୍ଘଟଣା : ୧୩ ମୃତ

ନେପାଳ, ୧୫/୧୨: ନେପାନଳର ସିନ୍ଧୁପଲଚୋକ ଜିଲ୍ଲାରେ ଏକ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗସ୍ତ ହୋଇଛି। ଏହି ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ ହୋଇଥିବାବେଳେ ୧୮ ଜଣ ଆାହତ ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ବିଏ ୪ କେଏଚ୍‌ଏ ୪୪୬୮ ନମ୍ବରର ବସ୍‌ଟି ଡୋଲଖା ମ୍ୟୁନିସିପାଲଟିର କଲିନଚୌକରୁ ଭକ୍ତପୁର ଯାଉଥିଲା।  ପାହାଡିଆ ରାସ୍ତା ଦେଇ ବସଟି ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇବାରୁ ୫୦୦ ମିଟର ତଳକୁ ଖସି ପଡ଼ିଥିଲା। ୧୩ ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଏବଂ ଜଣେ ପୁଅ ଓ ଝିଅ ରହିଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂଚନା ଦେଇଛି। କଲିନଚୌକରେ ଥିବା ଭଗବତୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । (ଏଜେନ୍ସି)

Categories
ଆଞ୍ଚଳିକ

ଗଛରେ ପିଟି ହୋଇ ଓଲଟିଲା ବସ୍‌: ୧୧ ଆହତ

ବୌଦ୍ଧ, ୭/୧୨: ବିଳମ୍ବିତ ରାତ୍ରିରେ ଗଛକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍’ରେ ଚାରିଜଣଙ୍କର ଅବସ୍ଥା ବେଶ୍‌ ଗୁରୁତର ରହିଛି।  ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚକାଡ଼ୋଳା ନାମକ ଏହି ଘରୋଇ ବସ୍‌ଟି ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ପରେ ବସ୍‌ଟି ଓଲଟି ପଡ଼ିଥିଲା। (ଏଜେନ୍ସି)