ନେପାଳରେ ସଡକ ଦୁର୍ଘଟଣା : ୧୩ ମୃତ

Published: Dec 15, 2019, 12:53 pm IST

ନେପାଳ, ୧୫/୧୨: ନେପାନଳର ସିନ୍ଧୁପଲଚୋକ ଜିଲ୍ଲାରେ ଏକ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗସ୍ତ ହୋଇଛି। ଏହି ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ ହୋଇଥିବାବେଳେ ୧୮ ଜଣ ଆାହତ ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ବିଏ ୪ କେଏଚ୍‌ଏ ୪୪୬୮ ନମ୍ବରର ବସ୍‌ଟି ଡୋଲଖା ମ୍ୟୁନିସିପାଲଟିର କଲିନଚୌକରୁ ଭକ୍ତପୁର ଯାଉଥିଲା।  ପାହାଡିଆ ରାସ୍ତା ଦେଇ ବସଟି ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇବାରୁ ୫୦୦ ମିଟର ତଳକୁ ଖସି ପଡ଼ିଥିଲା। ୧୩ ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଏବଂ ଜଣେ ପୁଅ ଓ ଝିଅ ରହିଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂଚନା ଦେଇଛି। କଲିନଚୌକରେ ଥିବା ଭଗବତୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । (ଏଜେନ୍ସି)

Related posts