Categories
cbse10th ଆଜିର ଖବର ରାଜ୍ୟ ଖବର

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗର ପାସ୍ ହାର ୧୦୦ ପ୍ରତିଶତ ସହ ସମସ୍ତଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥି ସହ ସର୍ବାଧିକ ବ୍ୟକ୍ତିଗତ ପ୍ରତିଶତ ୯୯.୬ ପ୍ରତିଶତ ସହ ଶୁୁଭଙ୍କର ଦାଶ ବିଦ୍ୟାଳୟରେ ପ୍ରଥମ,୯୯.୨ ପ୍ରତିଶତ ସହ ସମର୍ପଣ ସାହୁ ଦ୍ୱିତୀୟ ଏବଂ ୯୯ ପ୍ରତିଶତ ସହ ଅନ୍ୱେଷା ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି ।

୧୪୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩.୯୭ ପ୍ରତିଶ୍‌ତ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର, ୫୦.୬୮ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ତଥା ୮୩.୫୬ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତିି । ବିଦ୍ୟାଳୟର ସାମଗ୍ରିକ ହାର ୮୭.୮୪ ପ୍ରତିଶତ ହୋଇଛି ।

ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡି.ଏ.ଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ୍ କୁମାର ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

Categories
cbse10th CBSE10TH CBSE12th ଆଜିର ଖବର ଜାତୀୟ ଖବର

ଆଜିଠାରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆଜି ଠାରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଛନ୍ତି ।
ଯେଉଁମାନେ ଟର୍ମ ୧ କିମ୍ବା ଟର୍ମ ୨ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ଫଳ ଉପରେ ଆଧାର କରି ଏକ ଗ୍ରେଡ୍ ପାଇବେ।

ଯଦି ଛାତ୍ର ସିବିଏସ୍ଇ ଦ୍ୱାରା ପରିଚାଳିତ ଉଭୟ ଟର୍ମ -୧ ଏବଂ ଟର୍ମ-୨ ପରୀକ୍ଷା ପାଇଁ ହାଜର ହେବାକୁ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ କମ୍ପାଣ୍ଡମେଣ୍ଟ ପରିବର୍ତ୍ତେ ଆସନ୍ତା ବର୍ଷ ପରୀକ୍ଷା ପାଇଁ ବସିବାକୁ ସୁଯୋଗ ଦିଆଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଗତ ବର୍ଷ, ସିବିଏସଇ ପ୍ରାର୍ଥୀଙ୍କୁ ତିନି କିମ୍ବା ଅଧିକ ବିଷୟଗୁଡ଼ିକରେ ସର୍ବନିମ୍ନ ପାସ୍ ମାର୍କ ଦେଖାଇବାରେ ବିଫଳ ହେବା କିମ୍ବା ‘ଅତ୍ୟାବଶ୍ୟକ ପୁନରାବୃତ୍ତି’ ବର୍ଗରେ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ବସିବାକୁ ଅନୁମତି ଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ସୂଚୀ, କ୍ଲିକ କରି ଜାଣନ୍ତୁ କେଉଁଦିନ କଣ ରହିଛି

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଶିକ୍ଷା ବିଭାଗ ତରଫରୁ ସିବିଏସଇ ବୋର୍ଡ ପରୀକ୍ଷା ସୂଚି ପ୍ରକାଶ ପାଇଛି। ଏଥିରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ଏହି ସୂଚୀ ପ୍ରକାଶ ପାଇଛି। ସେହି ଅନୁସାରେ ଦଶମ ବୋର୍ଡ ପରୀକ୍ଷା ମେ 4 ତାରିଖ ଦିନ 10ଟା 30ରୁ ପରୀକ୍ଷା ଆରମ୍ଭ ହେବ। ଏହା ଦିନ 1ଟା 30 ମିନଟ ପର୍ଯ୍ୟନ୍ତ ଚାଲିବ। ଶେଷ ପରୀକ୍ଷା ଜୁନ 7 ତାରିଖରେ ରହିଛି। ସେହିପରି ଦ୍ବାଦଶ ପରୀକ୍ଷା ମଧ୍ୟ ସେହି ମେ 4 ତାରିଖରେ ଆରମ୍ଭ ହୋଇ ଜୁନ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ତଳେ ଥିବା ଲିଙ୍କ କ୍ଲିକ କରି କେଉଁଦିନ କଣ ଅଛି ତାହା ଜାଣନ୍ତୁ

1-ଦଶମ ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

2-ଦ୍ବାଦଶ ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ