ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା

Published: Jul 22, 2022, 5:46 pm IST

ଭୁବନେଶ୍ୱର : କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗର ପାସ୍ ହାର ୧୦୦ ପ୍ରତିଶତ ସହ ସମସ୍ତଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥି ସହ ସର୍ବାଧିକ ବ୍ୟକ୍ତିଗତ ପ୍ରତିଶତ ୯୯.୬ ପ୍ରତିଶତ ସହ ଶୁୁଭଙ୍କର ଦାଶ ବିଦ୍ୟାଳୟରେ ପ୍ରଥମ,୯୯.୨ ପ୍ରତିଶତ ସହ ସମର୍ପଣ ସାହୁ ଦ୍ୱିତୀୟ ଏବଂ ୯୯ ପ୍ରତିଶତ ସହ ଅନ୍ୱେଷା ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି ।

୧୪୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩.୯୭ ପ୍ରତିଶ୍‌ତ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର, ୫୦.୬୮ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ତଥା ୮୩.୫୬ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତିି । ବିଦ୍ୟାଳୟର ସାମଗ୍ରିକ ହାର ୮୭.୮୪ ପ୍ରତିଶତ ହୋଇଛି ।

ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡି.ଏ.ଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ୍ କୁମାର ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

Related posts